Home Breaking News / ତାଜା ଖବର ଥାନା ସମ୍ମୁଖରେ କୋଭିଡ଼ କଟକଣା କୁ ଫୁ

ଥାନା ସମ୍ମୁଖରେ କୋଭିଡ଼ କଟକଣା କୁ ଫୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଗାଙ୍ଗପୁର(ଅଟଳ ବିହାରୀ ପଣ୍ଡା): କରୋନା ମହାମାରି ନିଜର କାୟା ବିସ୍ତାର କରିଥିବା ବେଳେ ଏହି ମହା ମାରି ର ସଂକ୍ରମଣ କୁ ରୋକିବା ପାଇଁ ସଟ ଡାଉନ ଓ ଲକ ଡାଉନ ଚାଲିଥିବା ବେଳେ ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ଥାନା ସମ୍ମୁଖରେ ଏହି କରୋନା କଟକଣା କୁ ଉଲଂଘନ କରାଯାଉ ଥିବା ଦେଖିବାକୁ ମିଳୁଛି !ରାଜଗାଙ୍ଗପୁର ଥାନା ସମ୍ମୁଖ ରେ ଥିବା ରାସ୍ତା କଡ଼ର କପଡା ଦୋକାନ କରୋନା ନିୟମ କୁ ବେଖାତିର କରି ବିନା ମାକ୍ସ ଓ ସାମାଜିକ ଦୂରତା କୁ ଭୁଲି ଯାଉଥିବା ବେଳେ ଦୋକାନ ରେ ଭିଡ଼ କରୁଥିବା ଦେଖିବାକୁ ମିଳୁଛି !ଦୋକାନ ଖୋଲିବାକୁ ଅନୁମତି ନଥିବା ବେଳେ ମଧ୍ୟ ମାକ୍ସ ବିକ୍ରି କରୁଥିବା କହି ସାମାଜିକ ଦୂରତା କୁ ଭୁଲି ଭିଡ଼ କରୁଥିବା ବେଳେ ବେଧଡକ ନିଜର ବ୍ୟାପାର ଚଳାଉଛନ୍ତି !ଏମାନଙ୍କ ନିକଟରେ ସରକାରୀ ଗାଇଡ଼ ଲାଇନ ର ମାନେ କିଛି ନାହିଁ! ଠିକ ସେହି ପରି ଲୋକ ମାନେ ନିକଟସ୍ଥ ଧର୍ମଶାଳା ରେ ଥିବା ସରକାରୀ ରାସନ ଆବଣ୍ଟନ କେନ୍ଦ୍ର ରେ ମଧ୍ୟ ରାସନ ନେବା ପାଇଁ ଭିଡ଼ କରୁଥିବା ଦେଖିବାକୁ ମିଳୁଛି !ଏହି ସ୍ଥାନ ମାନଙ୍କ ରେ କରୋନା ମହାମାରୀ ର କରାଳ ରୂପ କୁ ଲୋକ ମାନେ ଭୁଲି ଯାଉଥିବା ବେଳେ ପ୍ରଶାସନ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି !

related posts

Leave a Comment