Home Breaking News / ତାଜା ଖବର ଦଶୀପୁର ଗ୍ରାମ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

ଦଶୀପୁର ଗ୍ରାମ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ): ବିଶ୍ୱ ଏବେ ମହାମାରୀ କରୋନା ମହାମାରୀ ରେ ପ୍ରଭାବିତ ହେଇଅଛି ।ଏହି ମହାମାରୀ ଏବେ ଗାଁ ମୁହାଁ ।ପ୍ରତିଦିନ ମହାମାରୀ ର ସଂକ୍ରମଣ ହୋ ହୋ ହେଇ ବଢ଼ିବାରେ ଲାଗିଅଛି ।ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକମାନେ ଏହା କୁ ଅଣଦେଖା କରିବାରେ ଲାଗି ପଡିଛନ୍ତି ଯାହାକି ଏହି ମହାମାରୀ ଭୟଙ୍କର ହେବାରେ ଲାଗିଅଛି ।ଜିଲ୍ଲା ପ୍ରଶାସନ ରିପୋର୍ଟ ଅନୁସାରେ ଦଶୀପୁର ଗ୍ରାମରେ ୨୮।ଏହାକୁ ନଜର କୁ ରଖି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ କଙ୍କଡାହାଡ଼ ବ୍ଲକ ପ୍ରଶାସନ ତରଫରୁ ଦଶୀପୁର ପଞ୍ଚାୟତ ଦଶୀପୁର ଗ୍ରାମ ୨୮/୦୫/୨୧ ସକାଳ ୭ ରୁ ୦୪/୦୬/୨୧ ସକାଳ ୭ ପର୍ୟ୍ଯନ୍ତ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପାଇଁ ଘୋଷଣା କରିଛନ୍ତି ।ଏହି ସମୟ ଭିତରେ ମେଡ଼ିକାଲ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଯେଉଁ ମାନଙ୍କ ଠାରେ ପଜେଟିଭ ଚିହ୍ନଟ ହେଇଅଛି ସେହି ମାନଙ୍କୁ ହୋମ କ୍ୱାରେଣ୍ଟାଇନ ରେ ରହିବା ସହିତ ମେଡ଼ିସିନ ବଣ୍ଟନ କରାଯାଉଅଛି |ଗ୍ରାମ ମୁଣ୍ଡରେ ବାହ୍ୟ ମଳମୂତ୍ର ଗାଁ ବୋଲି ସ୍ୱଚ୍ଛ ଭାରତ ମିଶନରେ ବାହ୍ୟ ମଳମୂତ୍ର ଗାଁ ର ଫଳକ କେନ୍ଦ୍ର ସରକାର ଲଗାଇ ଥିଲା ବେଳେ ବାସ୍ତବ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଘରେ ବ୍ୟବହାର ଉପଯୋଗୀ ସ୍ଵଚାଲୟ ନାହିଁ ବାଧ୍ୟ ହେଇ ଗାଁ ଲୋକ ମାନେ ସ୍ଵଚ ପାଇଁ ବାହାରକୁ ଯିବାକୁ ପଡୁ ଅଛି ।ଏହି ସମୟ ଭିତରେ କେଉଁ ମାନେ ପଜେଟିଭ ଙ୍କ ସମ୍ପର୍କ ରେ ଆସିଛନ୍ତି ଟ୍ରେସିଙ୍ଗ କରି ସେମାନଙ୍କୁ ଟେଷ୍ଟ କରିବା ପାଇଁ ଏକ ଟିମ ଲାଗିଛନ୍ତି ।ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟେଷ୍ଟିଙ୍ଗ ଚାଲୁଥିଲା ବେଳେ ଗ୍ରାମଆଞ୍ଚଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଅଧିକ ଟେଷ୍ଟ ହେବା ଉପରେ ଗୁରୁତ୍ୱ ଦେବା ଦରକାର ।ବ୍ଲକ ପ୍ରଶାସନ,ପୋଲିସ ପ୍ରାସାସନ ବାରମ୍ବାର ସଚେତନତା କଲେ ମଧ୍ୟ ଅମାନିଆ ଲୋକମାନେ ନିୟମକୁ ଖାତିର କରୁ ନାହାନ୍ତି ଯାହାକି ଏକ ପରିତାପର ବିଷୟ ।ଆଗକୁ ଗ୍ରାମାଞ୍ଚଳ ଲୋକ ମାନେ ସଚେତନ ନହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା କୁ ଏଡାଇ ହେବ ନାହିଁ ।ଏ ସମ୍ପର୍କ ରେ ଦଶୀପୁର ସରପଞ୍ଚ କଳାବତୀ ପଧାନ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଲୋକ ମାନଙ୍କ ସୁରକ୍ଷା ଦୃଷ୍ଟି କୁ ଦେଖି କଣ୍ଟେନମେଣ୍ଟ ଜୋନ କରାଯାଇଅଛି ।

related posts

Leave a Comment