Home Breaking News / ତାଜା ଖବର ପଶ୍ଚିମବଙ୍ଗରେ ମୋଦୀଙ୍କ ବାତ୍ୟା ସମୀକ୍ଷା ବୈଠକ ୩୦ ମିନିଟ୍ ବିଳମ୍ୱରେ ଆସିଲେ ଦିଦି, କାଗଜ ଦେଲେ ଚାଲିଗଲେ

ପଶ୍ଚିମବଙ୍ଗରେ ମୋଦୀଙ୍କ ବାତ୍ୟା ସମୀକ୍ଷା ବୈଠକ ୩୦ ମିନିଟ୍ ବିଳମ୍ୱରେ ଆସିଲେ ଦିଦି, କାଗଜ ଦେଲେ ଚାଲିଗଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ବାତ୍ୟା ପ୍ରଭାବିତ ଓଡିଶା-ପଶ୍ଚିମବଙ୍ଗ-ଝାଡଖଣ୍ଡ ସ୍ଥିତି ଆକାଶମାର୍ଗରୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ପଶ୍ଚିମବଙ୍ଗରେ ଯାହା କିଛି ଘଟିଛି, ଏକ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେବେ ଦେଖିବାକୁ ମିଳିନଥିଲା । ପଶ୍ଚିମବଙ୍ଗରେ ବାତ୍ୟା କ୍ଷୟକ୍ଷତି ନେଇ ବୈଠକରେ ଦେଖିବାକୁ ମିଳିନଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଂବା ତାଙ୍କ ପ୍ରଶାସନିକ ଅଧିକାରୀଙ୍କୁ । ପ୍ରାୟ ୩୦ ମିନିଟ୍ ଧରି ପ୍ରଧାନମନ୍ତ୍ରୀ ମୋଦୀ ଓ ପଶ୍ଚିମବଙ୍ଗ ରାଜ୍ୟପାଳ ବାତ୍ୟା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅପେକ୍ଷା କରିଥିଲେ । ନା ଦିଦି ଆସିଲେ, ନା ତାଙ୍କର କୌଣସି ପ୍ରଶାସନିକ ଅଧିକାରୀ ବୈଠକରେ ଯୋଗ ଦେଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବସିବାକୁ ନିର୍ଧାରିତ ଥିବା ଚୌକି ସବୁ ସେମିତି ଖାଲି ପଡିଥିଲା । ୩୦ ମିନିଟ୍ ପରେ ଦିଦି ଆସିଲେ ବୈଠକକୁ , ହଠାତ୍ ପହଁଚିଲେ, ପଶ୍ଚିମବଙ୍ଗ ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ କାଗଜପତ୍ର ଧରାଇ ଦେଇ, ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ଅଛି କହି ଚାଲି ଯାଇଥିଲେ । କହିବାକୁ ଗଲେ ପ୍ରଧାନମନ୍ତ୍ରୀଙ୍କ ଏହି ବାତ୍ୟା ସମୀକ୍ଷା ବୈଠକରେ ଦିଦି ଆଦୌ ସାମିଲ ହିଁ ହୋଇନାହାନ୍ତି ।
ଆଜି ପ୍ରଧାନମନ୍ତ୍ରୀ ବାତ୍ୟା ସମୀକ୍ଷାରେ ଆସୁଛନ୍ତି ବୋଲି ଆଗରୁ ଜାଣିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ପରେ ବି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ବି କରିବାକୁ ଯାଇନଥିଲେ ଦିଦି । ବୈଠକ ଅଛି ବୋଲି ଜାଣିବା ପରେ ବି ବୈଠକକୁ ଆସିନଥିଲେ । ଯେତେବେଳେ ଆସିଲେ ୩୦ ମିନିଟ୍ ବିଳମ୍ୱ ହୋଇ ସାରିଥିଲା । କିଛି କାଗଜପତ୍ର ଦେଇ ଦେଇ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ବସିଥିବା ସମୟରେ ବାହାରି ଯାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସାଂବିଧାନିକ ପଦବୀରେ ଥିବା ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତି ମମତାଙ୍କ ଏପରି ଆଚରଣ ଏବେ ଚର୍ଚା ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକକୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଆସିଥିଲେ । ଏହାକୁ ମୁଦ୍ଦା କରି ମମତା ଏପରି ବିଳମ୍ୱରେ ଆସିଥିବା ଅନୁମାନ କରାଯାଉଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏପରି ବ୍ୟବହାରକୁ ନାପସନ୍ଦ କରିଛନ୍ତି ।
ବାତ୍ୟା ସମୀକ୍ଷା ସରିବା ପରେ ପ୍ରଧାନମନ୍ତ୍ରୀ ଓଡିଶା-ପଶ୍ଚିମବଙ୍ଗ-ଝାଡଖଣ୍ଡ ପାଇଁ ୧୦୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଓଡିଶାକୁ ୫୦୦ କୋଟି ଦିଆଯାଇଛି । ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ୫୦୦ କୋଟି ଘୋଷଣା ହୋଇଛି ।

related posts

Leave a Comment