Home Breaking News / ତାଜା ଖବର ବନ୍ଧା ହେବେ କି ବାବା ରାମଦେବ? ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏମଏ

ବନ୍ଧା ହେବେ କି ବାବା ରାମଦେବ? ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏମଏ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାବା ରାମଦେବଙ୍କ ପାଇଁ ସମୟ ବର୍ତମାନ ଭଲ ଚାଲିନାହିଁ । ଯେତେ ଯାହା କଲେ ବି ବାବାଙ୍କ ବୋଲ ମାନୁନି । ଦିନକୁ ଦିନ ବାବାଙ୍କ ବୟାନକୁ ନେଇ ତେଜୁଛି ରାଜନୀତି । ଏହାରି ଭିତରେ ବାବା ରାମଦେବଙ୍କ ନାଁରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି । ସେହିପରି ଆଧୁନିକ ଚିକିତ୍ସା ପଦ୍ଧତିରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ବିରୋଧରେ କୁତ୍ସିତ ମନ୍ତବ୍ୟକୁ ନେଇ ବାବା ରାମଦେବଙ୍କ ନାଁରେ ମାନହାନୀ ମୋକଦ୍ଦମା କରିଛି ଆଇଏମଏ । ୧୫ ଦିନ ମଧ୍ୟରେ ବାବା କ୍ଷମା ପ୍ରାର୍ଥନା କରିବାକୁ ଆଇଏମଏ ପକ୍ଷରୁ କୁହାଯାଇଛି । ସଂଘ କହିଛି ଯଦି ବାବା ରାମଦେବ କ୍ଷମା ପ୍ରାର୍ଥନା ନକରନ୍ତି , ତେବେ ତାଙ୍କ ଠାରୁ ୧ ହଜାର କୋଟି ଟଙ୍କାର ମାନହାନୀ ଦାବି କରାଯିବ ।

କିଛି ଦିନ ତଳେ ବାବା ରାମଦେବଙ୍କ ଏକ ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ କହିଥିଲେ ଏଲୋପାଥିକ୍ ଚିକିତ୍ସା ଓ ମେଡିସିନ୍ ଦ୍ୱାରା କରୋନା ସଂକ୍ରମିତ ଲୋକଙ୍କର ମୃତ୍ୟୁ ହେଉଛି । ଏହାକୁ ନେଇ ଆଇଏମଏ ପକ୍ଷରୁ ଘୋର ବିରୋଧ କରାଯାଇଥିଲା । ଏହାର ସଫେଇ ଦେଇ ବାବା ରାମଦେବ କହିଥିଲେ କରୋନା ସଂକ୍ରମିତ ଚିକିତ୍ସାରେ ବ୍ୟବହାର ହେଉଥିବା କିଛି ମେଡିସିନକୁ ନେଇ ଏଭଳି କହିଥିଲେ ।

related posts

Leave a Comment