Home Breaking News / ତାଜା ଖବର ବାତ୍ୟା ସ୍ଥିତି ଦେଖିବାକୁ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାତ୍ୟା ସ୍ଥିତି ଦେଖିବାକୁ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡିଶାରେ ସାମୁଦ୍ରିକ ବାତ୍ୟା ୟାସ୍ ଦେଇଛି କେତେ କ୍ଷତି । ଏହାର ସ୍ଥିତି ଦେଖିବାକୁ ଆଜି ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ପ୍ରାୟ ୮ଟା ୫୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ତିନି ଓଡିଆ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ପ୍ରାୟ ୧ ଘଂଟା ଧରି ଏହି ସମୀକ୍ଷା ବୈଠକ ରହିଛି । ଏହା ପରେ ବାତ୍ୟା ୟାସ୍ ସବୁଠାରୁ ଅଧିକ ପ୍ରଭାବିତ କରିଥିବା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗସ୍ତ କରିବେ । ଆକାଶମାର୍ଗରୁ ଓଡିଶାର ବାତ୍ୟା ସ୍ଥିତି ବୁଲି ଦେଖିବେ ପ୍ରଧାନମନ୍ତ୍ରୀ । ଏହା ପରେ ଓଡିଶାର କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବେ ପ୍ୟାକେଜ ।
ବିମାନ ବନ୍ଦରରେ ବସିଥିବା ବାତ୍ୟା ସମୀକ୍ଷା ବୈଠକରେ ରାଜ୍ୟ ସରକାର ପ୍ରାରମ୍ଭିକ କ୍ଷତିର ରିପୋର୍ଟ ପ୍ରଦାନ କରିବେ । ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏସଆରସି, ଫାଇଭ୍ ଟି ସଚିବଙ୍କ ସହ ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ରହିଛନ୍ତି । ବୈଠକରେ ଓଡିଶା ସ୍ପେଶାଲ ପ୍ୟାକେଜ ଦାବି କରିବ ବୋଲି ଜଣାପଡିଛି । ଓଡିଶାର ବାତ୍ୟା ସ୍ଥିତି ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ସେଠାରେ ପ୍ରଭାବିତ ଅଂଚଳର ସ୍ଥିତି ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ବାତ୍ୟା ପ୍ରଭାବିତ ଅଂଚଳ ଗୁଡିକର ଆକାଶମାର୍ଗରୁ ବୁଲି ଦେଖିଥିଲେ ।

related posts

Leave a Comment