Home Breaking News / ତାଜା ଖବର ଆସନ୍ତା ଜୁଲାଇ ମାସରୁ ଭାରତରେ ମିଳିବ ଫାଇଜର ଟୀକା

ଆସନ୍ତା ଜୁଲାଇ ମାସରୁ ଭାରତରେ ମିଳିବ ଫାଇଜର ଟୀକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତରେ ଟୀକାକରଣରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଆଉ ଏକ ଟୀକା । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ପଲ । ଭାରତ ସରକାର ଏହି ବିଦେଶୀ ଟୀକା ପାଇଁ ସମ୍ପର୍କରେ ରହିଛନ୍ତି । ସଂଭବତଃ ତାହା ଜୁଲାଇ ମାସରେ ମିଳିବ । ଆଉ ଦେଶର ଟୀକାକରଣରେ ସାମିଲ ହୋଇଯିବ । ଫାଇଜର କିଛି କ୍ଷତିପୂରଣ ଦାବି କରିଛି । ଏନେଇ ଭାରତ ସରକାର ବିଚାର କରୁଛନ୍ତି । ଏହି ଅଡୁଆ ତୁଟିଗଲେ ଭାରତକୁ ଆସିବ ତୃତୀୟ କରୋନା ଟୀକା ଫାଇଜର ।
ଜୁଲାଇ ମାସରୁ ଅକ୍ଟୋବର ମାସ ମଧ୍ୟରେ ଭାରତକୁ ଫାଇଜର ଦେବ ୫ କୋଟି ଡୋଜ୍ । ଏନେଇ ଫାଇଜର ସହିତ ଭାରତ ସରକାରଙ୍କ କଥା ଛିଡିଗଲେ ଟୀକା ଭାରତ ଆସିବାକୁ ରାସ୍ତା ଖୋଲିଯିବ । ଗତ ଜାନୁଆରୀ ମଧ୍ୟ ଭାଗରୁ ଭାରତରେ ଆରମ୍ଭ ହୋଇଥିଲା ଟୀକାକରଣ । ଏହା ମଧ୍ୟରେ ୨୦ କୋଟିରୁ ଅଧିକ ଟୀକା ଦିଆଗଲାଣି । ବର୍ତମାନ ଦେଶରେ ଆବଶ୍ୟକତା ଅନୁସାରେ ଟୀକା ଅଭାବ ଦେଖା ଦେବା ଭିତରେ ବିଦେଶୀ ଟୀକା ପହଁଚିଲେ , ଦେଶରେ ଟୀକା ଅଭାବ କିଛି ପରିମାଣରେ ଦୂର ହେବ ବୋଲି ଆଶା କରାଯାଉଛି ।

related posts

Leave a Comment