Home Breaking News / ତାଜା ଖବର ସେବା ଭାରତୀ ରାୟଗଡ ତରଫରୁ ଅକ୍ସିଜେନ ଟ୍ରେନିଂ

ସେବା ଭାରତୀ ରାୟଗଡ ତରଫରୁ ଅକ୍ସିଜେନ ଟ୍ରେନିଂ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ସେବା ଭାରତୀ ରାୟଗଡ ତରଫରୁ ଗତ କାଲି ଅକ୍ସୀଜେନ କିପରି ରୋଗୀଙ୍କୁ ଦିଆଯାଇ ପାରିବ ସେନେଇ ଏକ ପ୍ରଶିକ୍ଷଣ ଶିବିର କରାଯାଇଛି। ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ ମାନନୀୟ ଦୀପକ ରାଉତଙ୍କ ପ୍ରଚେଷ୍ଠାରେ ସଂଘ କାର୍ଯ୍ୟାଳୟ ସଂସ୍କୃତି ଭବନ ଠାରେ ସନ୍ଧ୍ୟା ୭ ଘଟିକା ସମୟରେ ପ୍ରଶିକ୍ଷଣ କରାଯାଇଥିଲା। ଏହି ପ୍ରଶିକ୍ଷଣ ହୋତା କ୍ଲିନିକ ର ପରିଚାଳକ ଜିଲା ସେବା ପ୍ରମୁଖ ଶଶୀ ଭୂଷଣ ହୋତା ଏହି ପ୍ରଶିକ୍ଷଣ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଙ୍ଘ ର ଜିଲା ସେବା ପ୍ରମୁଖ ବିଜୟ ମିଶ୍ର, ସକ୍ଷମ ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ସାହୁ,ଜିଲା ନଗର କାର୍ୟବାହ ପ୍ରମୋଦ ମହାନ୍ତି, ବିଶ୍ବହିନ୍ଦୁ ପରିଷଦ ଜିଲା ସଭାପତି ରାଜେନ୍ଦ୍ର ସାହୁ,ଜିଲା ସେବା ପ୍ରମୁଖ ଚିତ୍ତରଞ୍ଜନ ପ୍ରଧାନ , ଜିଲା ବ୍ୟବସ୍ଥା ପ୍ରମୁଖ ସୁଶାନ୍ତ ସୁବୁଦ୍ଧି,ସଭାପତି ଅଭିଭକଟା ପରିଷଦ କିଶୋର କୁମାର ସାହୁ, ବିଶ୍ୱ ହିନ୍ଦୁ ପରିଷଦ ସମ୍ପାଦକ, ବିଶ୍ବହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ରଜତ ରଞ୍ଜନ ଖଟୁଆ,ସମ୍ପାଦକଭବାନୀ ସାହୁ,ଜଗଦୀଶ ସୁନ, ପରମାନନ୍ଦ ପ୍ରଧାନ,ସୁନୀଲ ମାଝୀ,ଶ୍ୟାମ ଦାସ,ପି ମୁରଲୀ ପ୍ରମଖ ଯୋଗଦେଇ ପ୍ରଶିକ୍ଷଣ ନେବାସହ କାହାକୁ କିପରି ଦିଆଯିବ ତାହା ନିଷ୍ପତି ନିଆଯାଇଛି। ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଲା ଯାହାକୁ ଅକ୍ସୀଜେନ ଦରକାର ପଡିବ ସେ କୌଣସି ସଂଘ କାୟକର୍ତାଙ୍କ ଜରିଆରେ ଆସିବ ଅର୍ଥାତ ଜଣେ ସ୍ୱଂୟ ସେବକ ଙ୍କ ସୁପାରିଶ ପରେ ପାଇ ପାରିବ ବୋଲି ନିଷ୍ପତି ନିଆଯାଇଛି। ଏହି ମହାମରିରୁ ରୋଗୀଙ୍କୁ ସଙ୍କଟ ସମୟରେ ବଞ୍ଚିବାକୁ ପ୍ରୟାସ କରିବା ପାଇଁ ସଂଘର ଗୋଟିଏ କ୍ଷେତ୍ର ସେବା ଭାରତୀ ତରଫରୁ ଦଶ ଗୋଟି ସିଲିଣ୍ଡେର ଓ ଦୁଇଟି ଅକ୍ସୀଜେନ ସୃଷ୍ଟି କାରୀ ମେସିନ ଆସିଛି ତେଣୁ ଯାହାର ଦରକାର ସେ ପ୍ରଦତ୍ତ 8144668099 ମୋ ନମ୍ବର ରେ ଯୋଗାଯୋଗ କଲେ ସହଯୋଗ ମିଳିବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି। ସେବା ଭାରତୀ ରାଜ୍ୟ ତଥା ଦେଶରେ ସବୁ କୋଣ ଅନୁକୋଣରେ ଏହି ଭଳି ଅନେକ ନିଷ୍କାମ ସେବା ଯୋଗାଉ ଥୁବର ଦୃଷ୍ଟନ୍ତ ରହିଛି।

related posts

Leave a Comment