Home Breaking News / ତାଜା ଖବର ନରସିଂହପୁର କୋଭିଡ କେୟାର ସେଣ୍ଟର ଶଯ୍ୟା ୨୦୦ରେ ପହଁଚିଲା: ବିଧାୟକଙ୍କ ଦ୍ଵାରା ନୂତନ ୧୦୦ ଶଯ୍ୟା ସମ୍ପ୍ରସାରିତ ପରସର ଲୋକାର୍ପିତ

ନରସିଂହପୁର କୋଭିଡ କେୟାର ସେଣ୍ଟର ଶଯ୍ୟା ୨୦୦ରେ ପହଁଚିଲା: ବିଧାୟକଙ୍କ ଦ୍ଵାରା ନୂତନ ୧୦୦ ଶଯ୍ୟା ସମ୍ପ୍ରସାରିତ ପରସର ଲୋକାର୍ପିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ଆଜି ନରସିଂହପୁର କୋଭିଡ କେୟାର ସେଣ୍ଟରର ସଂପ୍ରସାରିତ ନୂତନ ୧୦୦ ଶଯ୍ୟାର ବ୍ୟବସ୍ଥା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର (D.I.E.T) ପରିସରରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ଗଲା ୪ ତାରିଖରେ ସଂଲଗ୍ନ SC.ST Hostel ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ନରସିଂହପୁର କୋଭିଡ କେୟାର ସେଣ୍ଟରର ଶୁଭାରମ୍ଭ କରାଯାଇଥିଲା। ଆଜି ନୂଆ ପରିସରରେ ଆଉ ୧୦୦ ଶଯ୍ୟା ଲୋକାର୍ପିତ ହେବା ପରେ ନରସିଂହପୁର କୋଭିଡ କେୟାର ସେଣ୍ଟରର କ୍ଷମତା ୨୦୦ରେ ପହଞ୍ଚିଛି। ଏହି ଲୋକାର୍ପଣରେ ଉପଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତି, ଜିଲ୍ଲା କୋଭିଡ ନୋଡାଲ ଅଧିକାରୀ ଡକ୍ଟର ଉମେଶ ରାୟ, ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ଲୋକନାଥ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର ଓ ବିଡିଓ ଶ୍ରୀ ପ୍ରଦୀପ ସାହୁଙ୍କ ସଂଯୋଜନାରେ ଏହି ଲୋକାର୍ପଣରେ ସ୍ଥାନୀୟ ତହସିଲଦାର ଶ୍ରୀ ଆଲୋକ ଦେହୁରୀ, ମେଡିକାଲ ଅଫିସର ଡକ୍ଟର ଜ୍ୟେଷ୍ଠୀ, ଡକ୍ଟର ସରୋଜ ଦାସ ବକ୍ତବ୍ୟ ରଖିଥିଲେ। ଜନସାଧାରଣଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚ ବୀଣାପାଣି ବେହେରା ଧନ୍ୟବାଦ ଦେଇଥିଲେ। ଯନ୍ତ୍ରୀ ଶ୍ରୀ ଦିଲ୍ଲୀପ ବେହେରା ଲୋକାର୍ପିତ ହୋଇଥିବା ନୂତନ ପରିସର ବୁଲେଇ ଦେଖାଇଥିଲେ।

ଏହି ସଂପ୍ରସାରିତ କୋଭିଡ କେୟାର କେନ୍ଦ୍ର ପାଇଁ ଆବଶ୍ୟକୀୟ ମେଡିକାଲ କର୍ମଚାରୀ ପାଇଁ ବିଧାୟକଙ୍କ ଅନୁରୋଧ ପରିପ୍ରେକ୍ଷୀରେ ଆଉ ୩ଜଣ ଡାକ୍ତର, ୧୦ଜଣ ପାରାମେଡିକାଲ କର୍ମଚାରୀ ଓ ୧୭ଜଣ ଆଟେଣ୍ଡାଟ , ସଫେଇ, ନିରାପତ୍ତା କର୍ମଚାରୀ ଅନୁମୋଦିତ ହୋଇ ଯୋଗ ଦେଇଛନ୍ତି। ଏହାଦ୍ୱାରା କୋଭିଡ ୨୦୦ ଶଯ୍ୟା ବିଶିଷ୍ଟ କେୟାର ସେଣ୍ଟରର ଡାକ୍ତର କର୍ମଚାରୀ ସଂଖ୍ୟା ଆଜି ୬୬ରେ ପହଞ୍ଚିଛି। ଆଉ ୪ ଷ୍ଟାଫ ନର୍ସ ସୋମବାର ସୁଦ୍ଧା ଯୋଗ ଦେଲେ ଏହା ୭୦ରେ ପହଞ୍ଚିବ। ଲାଇଫ ସେଭିଂ ଆମ୍ବୁଲାନ୍ସ ପାଇଁ ଅନୁରୋଧ କରାଯାଇଛି।

ନରସିଂହପୁରରେ ୧୦୪୫ କୋଭିଡ ଆକ୍ରାନ୍ତ ଓ ୩୧୭ କେବଳ ଏହି ୨୧ ଦିନ ଭିତରେ କୋଭିଡ କେୟାରରେ ରହିଥିବା ଓ ୭୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଜାଗା ନ ପାଇ ବାହାରେ ରହିଥିବା ପରିପ୍ରେକ୍ଷୀରେ ଆଉ ୧୦୦ ଶଯ୍ୟାର ନୂତନ ବ୍ୟବସ୍ଥା ନରସିଂହପୁର ଅଧିବାସୀଙ୍କ ପାଇଁ ସହାୟକ ହେବ।

ବଡ଼ମ୍ବାରେ ଆଜି ଅପରାହ୍ନ ରେ ବଡ଼ମ୍ବା ସେବା ସମବାୟ ସମିତି ପରିସରରେ ଆଜି ରବିଧାନ (ଡାଳୁଅ) procurement ବ୍ୟବସ୍ଥାର ଶୁଭାରମ୍ଭ ମୁଁ କରିଛି । ୧୮ ଜଣ ଚାଷୀଙ୍କଠାରୁ ୧୫୦୦ କ୍ୱିଣ୍ଟାଲ ଧାନ ଏହି ସମିତି ଜରିଆରେ ଦିଆଯିବ । ବଡ଼ମ୍ବାଗଡ଼ ଛଡା ବାଙ୍ଗିରିସିଂଘା ସେବା ସମବାୟ ସମିତି ଜରିଆରେ ମଧ୍ୟ ଏହି ରବି ଧାନ କିଣା ଯିବାକୁ ସରକାରୀ ନିଷ୍ପତି ହୋଇଛି । ଆଜିର ଏହି ଶୁଭାରମ୍ଭରେ ପୂର୍ବ ସଭାପତି ସମିତି ସଭ୍ୟ ଶ୍ରୀ ମୁରଲୀ ମହାପାତ୍ର , ଦେବରାଜ ପାଟ୍ଟଶାଣୀ, ଶ୍ରୀ ଶିବ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ ।

related posts

Leave a Comment