Home Breaking News / ତାଜା ଖବର ଆବାସ ଖଣ୍ତେ ପାଇବା ଆସାରେ କିଏ ପ୍ରଶାସନ ବାରଣ୍ତାରେ ଧାରଣା ଦେଲାଣିତ ଅନ୍ଯପଟେ ଆବାସ ଘର ଭଡାରେ ମଦର ପଶରା ମେଲାଈଲେଣି

ଆବାସ ଖଣ୍ତେ ପାଇବା ଆସାରେ କିଏ ପ୍ରଶାସନ ବାରଣ୍ତାରେ ଧାରଣା ଦେଲାଣିତ ଅନ୍ଯପଟେ ଆବାସ ଘର ଭଡାରେ ମଦର ପଶରା ମେଲାଈଲେଣି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲସରା(ଅଭିମନ୍ୟୁ ମିଶ୍ର): ଗରିବ ଅସହାୟ ଓ ଭୁମି ହିନ ଥିବା ଲୋକଙ୍କ ପାଇଁ ଶରକାର ଙ୍କ ପକ୍ଷରୁ ଆବାସ ଗୂହ ଯୋଗାଈ ଦିଆଯାଉଛି ା ଶରକାର ଗରିବ , ଅସହାୟ ଓ ଭୁମିହିନ ଙ୍କ ପାଈଁ ଏଭଳି ଯୋଜନା ଗଢି ଥିବା ରୁ ଏହା ଏକ ପ୍ରସସାଂ ଯୋଗ୍ୟ ା କିନ୍ତୁ ଦେଖିବାକୁଗଲେ ପ୍ରକୂତରେ ସେହି ଗରିବ ଓ ଅସହାୟ ଏବେବି ଆବାସ ଯୋଜନା ରୁ ବଞ୍ଚିତ ରହିଛନ୍ତି ା ଯାହାର କି ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅଫିସ୍ ବାରଣ୍ତାରେ ଦିର୍ଘ 11 ବର୍ଷ ଧରି ଆସାକରି ପଡିରହିଛନ୍ତୀ ଆବାସ ଖଣ୍ତେ ପାଇବା ପାଇଁ କାମରାଜୁ ପାତ୍ର ସେ ବିକଳାଙ୍ଗ ତାଙ୍କର ନିଜଗାଁ ବୁଗୁଡା ବ୍ଳକ ଅଧିନସ୍ଥ ଗୋଲିଆ ଗ୍ରାମରେ ତାଙ୍କ ପରିବାରର କେହି ନଥିବା ଯୋଗୁଁ ଆଜକୁ ବହୁ ବର୍ଷଧରି ବଜାର ଘାଟରେ ମାଗିଜାଚି ନିଜ ପେଟ ପୋଷନ୍ତି ା ବାକିସମୟରେ ବ୍ଳକ ବାରଣ୍ତାରେ ପଡିରହିବାର ଦେଖିବାକୁ ମିଳିଛି ା
କୋଭିଡୀ କଟକଣା ଯୋଗୁଁ ଦୋକାନବଜାର ବନ୍ଦ ହେବା ଫଳରେ ପେଟକୁ ଦାନା ନପାଈ କାମରାଜୁଙ୍କର ସ୍ୱାସ୍ଥ୍ୟ ବସ୍ଥା ବିଗିଡି ଯାଇଥିଲା ଯାହାଫଳରେ ସାମ୍ୱାଦିକ ଅଭିମନୁମିଶ୍ର ,କାଳିଆ ପାଢି ଙ୍କ ନଜରକୁ ଆସିଥିଲା ରାତ୍ର ଦଶଘଣ୍ଟ ସମୟରେ କିଛି ଶୁଖିଲା ଖାଦ୍ୟ ଦେବାଶହ ତାଙ୍କୁ ବୁଗୁଡା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ଚିକିଛା ନିମନ୍ତେ ଆମ୍ବୁଲାସ୍ନ ସାହାଯ୍ୟରେ ନେଇ ଭର୍ତ୍ତୀ କରିଥିଲେ ା ଏଠି ସାଧାରଣରେ ପ୍ରଶ୍ନ ଉଠୁଛୀ ଜଣେ ବିକଳାଙ୍ଗ ବିଡିଓ ଅଫିସ୍ ସାମନାରେ 11ବର୍ଷ ଧରି ପଡିରହିଥିବା କଣ ପ୍ରଶାସନ ଙ୍କ ନଜରକୁ ଆସିପାରିନି ନା ପ୍ରଶାସନ ଗରିବ ଅସହାୟ ଙ୍କୁ ସାହାଯ୍ୟ ଦେବା ପଛରୁ ଏଡାଇଜାଈଛନ୍ତି ା ଜଦିଓ ଏହା ଗରିବ ଓ ଅସହାୟ ପାଇବା ପାଈଁ ହକ୍ ହେଉଥିବା ବେଳେ କିଛି ପୁଞ୍ଜିପତି ଆବାସ ଯୋଜନା ପାଇବା ପରେ ସେହି ଘରକୁ ଭଡା ଦେଇ ମଦର ପଶରା ମେଲାଈଛନ୍ତି ଏହାହେଉଛି ଖୁଦ୍ ଆମ ମୂଖ୍ୟ ମନ୍ତ୍ରୀଙ୍କ ଜିଲ୍ଲା ା ଗଞ୍ଜାମ ଜିଲ୍ଲାରେ ଏଭଳି କାର୍ ନାମା ଦେଖିବାକୁ ମିଳିଛି ା ଏହି ଦୂଶ୍ୟ ହେଉଛି ବ୍ରହ୍ମପୁର ଶହରର ଜଗନ୍ନାଥ ବିହାର ା ଗଞ୍ଜାମଜିଲ୍ଲା ର ବ୍ରହ୍ମପୁର ସହରରେ ନକଲି ମଦ କାରବାର କମିବାରେ ନାଁ ଧରୁନି । ପୁଲିସ ଓ ଅବକାରୀ ବିଭାଗ ସହରରେ ନକଲି ବିଦେଶୀ ମଦ କାରାଖାନା ଉପର ଚଡାଉ କରି ଜବତ କରୁଛି । ଏବଂ ବାରମ୍ବାର ଅଭିଯୁକ୍ତମାନେ ଗିରଫ ହୋଇ ଜେଲ୍ ଯାଉଛନ୍ତି । ଜେଲରୁ ଆସି ପୁଣି ଆରମ୍ଭ କରୁଛନ୍ତି ପୁଣି ସେହି ନକଲି ମଦ କାରବାର ା କିଛି ଦିନ ବ୍ୟବଧାନ ପରେ ପୁଣି ବ୍ରହ୍ମପୁର ସହରରେ ନକଲି ମଦ କାରବାର ସାମ୍ନାକୁ ଆସିଛି । ବଡ଼ ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ନିକଟ ଏକ ଘରେ ନକଲି ମଦ ପ୍ରସ୍ତୁତି ହେଉଥିବା ର ଜାଣିବା ପରେ ପୁଲିସ ଚଢାଉ କରିଥିଲା । ଏହି ମାମଲାରେ ପୁଲିସ୍ ନୂଆ କାଳୁପାତ୍ର ସାହିର ଟୁକୁନା ବିଷୟୀଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ ଜଗନ୍ନାଥ ବିହାରର ଶେଷରେ ଶ୍ମଶାନ ନିକଟରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଗୃହକୁ ଭଡାରେ ନେଇ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ପୁଲିସ ଖବର ପାଇଥିଲା । ଆଜି ଉକ୍ତ ସ୍ଥାନରେ ବଡ଼ବଜ଼ାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍ ଚଢଉ କରିଥିଲେ । ସେହି ସ୍ଥାନରୁ ୪୦ଲିଟର ସ୍ପିରିଟ , ୧୩୯ ଲିଟର ବିଦେଶୀ ନକଲି ମଦ , ଅନେକ ଖାଲି ବୋତଲ , ଠିପି ଓ ବିଭିନ୍ନ ବ୍ରାଣ୍ଡର ଲ୍ୟାବଲ୍ ଜବତ କରିଛି । ଏହାକୁ ପୁଲିସ ଜବତ କରିଥିବା ସହ ମାମଲା ରୁଜୁ କିରି ମଦ ପ୍ରସ୍ତୁତିକାରୀଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବୁଲୁ ପଟ୍ଟନାୟକ ଅର୍ଥାତ୍ ମାଲିକ ବର୍ତ୍ତମାନ ଫେରାର୍ ଥିବା ଜଣାପଡିଛି । ତେବେ ଏଠାରେ ଏହି ନକଲି ମଦ ପ୍ରସ୍ତୁତ କରି ସହରର ବିଭିନ୍ନ ଦୋକାନରେ ବିକ୍ରି କରାଯାଉବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏଥିରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ଏବଂ ଏହି ନକଲି ମଦ କେଉଁ ସ୍ଥାନରେ ବିକ୍ରି କରାଯାଉଥିଲା ଏଭଳି ଅନେକ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି । ଏହି ଚଢଉରେ ଟାଉନ୍ ଏଡିପିଓ ବିଷ୍ଣୁ ପ୍ରସାଦ ପତି ଓ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସମେତ ଅନ୍ୟମାନେ ଉପସ୍ଥିତଥିଲେ ।

related posts

Leave a Comment