Home Breaking News / ତାଜା ଖବର ଭାରତରେ ମିଳିବ ଋଷିଆ ଟୀକା ସ୍ପୁଟନିକ୍ ଭି, ଜାଣନ୍ତୁ କେବେ ?

ଭାରତରେ ମିଳିବ ଋଷିଆ ଟୀକା ସ୍ପୁଟନିକ୍ ଭି, ଜାଣନ୍ତୁ କେବେ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ କରୋନା ମୁକାବିଲା ପାଇଁ ଏବେ ବଡ ଅସ୍ତ୍ର ହେଉଛି ଟିକାକରଣ । ବର୍ତମାନ ଦେଶରେ ଦୁଇଟି ଦେଶୀ ଟୀକା କୋଭାକ୍ସିନ୍ ଓ କୋଭିସିଲଡ ଟିକାକରଣ ଚାଲିଛି । ଏପରି ସମୟରେ ତୃତୀୟ ଟୀକା ଭାବେ ଟୀକାକରଣରେ ସାମିଲ ହେବାକୁ ଯାଉଛି ଋଷିଆ ଟୀକା ସ୍ପୁଟନିକ୍ ଭି । ଏହି ବିଦେଶୀ ଟୀକା ଏବେ ଭାରତରେ ତିଆରି ହେଉଛି । ଆସନ୍ତା ଜୁଲାଇ ମାସରେ ଏହି ବିଦେଶୀ ଟିକା ଆମ ଦେଶରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଜୁନ୍ ଦ୍ୱିତୀୟ ସପ୍ତାହରେ ଭାରତରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଟିକା । ଆପୋଲ ହସ୍ପିଟାଲ ମାଧ୍ୟମରେ ଟିକାକରଣ ପାଇଁ ନିଷ୍ପତ୍ତି ହୋଇଛି । ଆରମ୍ଭରୁ ଏହି ଭ୍ୟାକ୍ସିନ ଆପୋଲ ହସ୍ପିଟାଲ ମାଧ୍ୟମରେ ଉପଲବ୍ଧ ହେବ ବୋଲି ଆପୋଲ ହସ୍ପିଟାଲର କାର‌୍ୟ୍ୟକାରୀ ଉପାଧ୍ୟକ୍ଷ ଶୋଭନା କମିନେନୀ ସୂଚନା ଦେଇଛନ୍ତି ।
ସ୍ପୁଟନିକ୍ –ଭି ଟିକା ପ୍ରଥମେ ଘରୋଇ ସେକ୍ଟରକୁ ମିଳିବ । କୋଭିଡ ବ୍ରେକିଂ ଗ୍ରୁପର ଚେୟାରମ୍ୟାନ ଏନକେ ଆରୋରା ଏନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏହି ଟିକାକୁ ପ୍ରଥମେ ଘରୋଇ ସେକ୍ଟରକୁ ଦେବାର ଆବଶ୍ୟକତା ରହିଛି । ଏହା ସହ ଏହି ଟିକାକୁ ଗୋଟିଏ ନିର୍ଦ୍ଧିଷ୍ଟ ତାପମାତ୍ରାରେ ସଂରକ୍ଷିତ କରାଯିବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଆଗାମୀ ୩ ସପ୍ତାହ ମଧ୍ୟରେ ଦେଶକୁ ୩ ଗୁଣା ଟିକା ମିଳିବ ।
ସ୍ପୁଟନିକ –ଭି ଟିକା ଆମଦାନୀ ନେଇ କମ୍ପାନୀ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇଛି । ହେଲେ କେତେ ପରିମାଣର ଟିକା ମିଳିବ ସେ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରି ନାହାନ୍ତି ।

related posts

Leave a Comment