Home Breaking News / ତାଜା ଖବର କୋଭିଡରେ ଚାଲିଗଲେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା

କୋଭିଡରେ ଚାଲିଗଲେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): କୋରାପୁଟ ମାଟି ର ଗର୍ବ ଓ ଗୌରବ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ପରଲୋକ। ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ କୋରାପୁଟ ମାଟି ର କଳାକାର ଙ୍କ ମହଲ ରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କ ସଂଗୀତରେ ଥିଲା ଯାଦୁ… ଯାହା ଶ୍ରୋତାଙ୍କ ମନ କିଣି ନେଉଥିଲା |
ସୂଚନା ମୁତାବକ ,ସେ କିଛିଦିନ ହେବ କୋଭିଡ ରେ ଆକ୍ରାନ୍ତ ହେଇ ଘରେ ଚିକିତ୍ସିତ ହେଉଥିଲେ । ବହୁ ଆଲବମ ଓ ଓଲିଉଡ ରେ ସଙ୍ଗୀତ ନିର୍ଦେଶନା ଦେଇ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ହୋଇଥିଲେ। ସୁଦୂର ଅପହଞ୍ଚ ଇଲାକା କୋରାପୁଟ ରୁ ଭୁବନେଶ୍ୱର ଯାଇ ବହୁତ ସଙ୍ଘର୍ଷ ପରେ ନିଜ ପ୍ରତିଭା ବଳ ରେ
ଓଡ଼ିଆ ସିନେ ଜଗତରେ ସେ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ଖୁବ୍ ପରିଚିତ ହେଇପାରିଥିଲେ । ଗତ କିଛିଦିନ ହେବ କୋଭିଡ଼ ଆକ୍ରାନ୍ତ ହେଇ ନିଜ ଘରେ ଚିକିତ୍ସିତ ହେଉଥିଲେ ,ଗତକାଲି ହଠାତ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ଏସ ସି ବି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲାକିନ୍ତୁ ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତାଙ୍କ ମୃତ୍ୟୁ ରେ ସଙ୍ଗୀତ ଜଗତ ଓ ସିନେ ଜଗତର ବିରାଟ କ୍ଷତି ହୋଇଛି ବୋଲି କୁହାଯାଏପାରେ ।

ଶାନ୍ତିରାଜ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାମଧ୍ୟରୁ ଧନରେ ରଖିବୁ ଶପଥ ମୋର. ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର. ଫେରିଆ ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାର ରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ଦେଇଥିଲେ । ଶାନ୍ତିରାଜ ଫେରିଆ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ|

related posts

Leave a Comment