Home Breaking News / ତାଜା ଖବର ୟାସ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଇଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ୟାସ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଇଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର(ନିରଞ୍ଜନ ପାଢ଼ୀ): ବାତ୍ୟା ୟଶ ର ପ୍ରଭାବ ଗଞ୍ଜାମ ଜିଲ୍ଲା ରେ ପଡ଼ିନାହିଁ l ଏହି ବାତ୍ୟା ବିଶେଷ କରି ଅନ୍ୟ ଜିଲ୍ଲା ତଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ରେ ଅଧିକ କ୍ଷୟକ୍ଷତି କରିଛି l ଯାହାଫଳରେ ବହୁଲୋକଙ୍କ ଘର ଭାଙ୍ଗିବା ସହିତ ସେମାନେ ବିଭିନ୍ନ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରହିଛନ୍ତି l ଏହି ଘଡିସନ୍ଧି ମୁହୂର୍ତରେ ଗଞ୍ଜାମ ପ୍ରଶାସନ ପୁଣି ନିଜ ମାନବିକତା ର ପରିଚୟଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି l ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ 10 ଟି ଗାଡି ରେ ବିଭିନ୍ନ ରାସନ ସାମଗ୍ରୀ ଶୁଖିଲା ଚୁଡା, ଗୁଡ଼, ବିସ୍କୁଟ, ପିଇବା ପାଣି ଆଦି ରିଲିଫ ସାମଗ୍ରୀ ସହିତ କୋଭିଡ ମୁକାବିଲା ସରଞ୍ଜାମ ପଠାଯାଇଛି l ଯେକୌଣସି ଜିଲ୍ଲା କୁ ବିପଦ ପଡ଼ୁ ପ୍ରଥମେ ସହାୟତା ର ହାତ ବଢ଼େଇଥାଏ ଗଞ୍ଜାମ ଜିଲ୍ଲା ପ୍ରଶାସନ l ପୂର୍ବରୁମଧ୍ୟ ଏହିଭଳି ସହଯୋଗ କରିବାର ନଜିର ରହିଛି l ଆଜି 10 ଟି ରିଲିଫ ସାମଗ୍ରୀ ଗାଡି ଡିଆରଡିଏ କାର୍ଯ୍ୟାଳୟ ରୁ ବାହାରିଥିଲା l ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ ଶୀଧେଶ୍ୱର ବଳିରାମ ବୋନ୍ଦାର, ଡିଆରଡିଏ ପିଡି ସିନ୍ଧେ ଦତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତିଭାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏପିଡି ଜ୍ୟୋତିଶଙ୍କର ରାୟ,ଛତ୍ରପୁର ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ଲ

related posts

Leave a Comment