Home Breaking News / ତାଜା ଖବର ନରସିଂହପୁରରେ ୬୬ କୋଭିଡ ପଜିଟିଭ: ଜଣେ କୋଭିଡ ଅକ୍ରାନ୍ତଙ୍କ ମୃତ୍ୟୁ

ନରସିଂହପୁରରେ ୬୬ କୋଭିଡ ପଜିଟିଭ: ଜଣେ କୋଭିଡ ଅକ୍ରାନ୍ତଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ଆଜି ନରସିଂହପୁର- ବଡ଼ମ୍ବା ଅଞ୍ଚଳରେ ୬୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ନରସିଂହପୁରରେ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଡ଼ମ୍ବାରେ ୧୭ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ଼ମ୍ବା କୋଭିଡ କେୟାର ସେଣ୍ଟରରେ ଥିବା ନରସିଂହପୁର ରଂଗଡ଼ାବର ଜଣେ ୪୨ ବର୍ଷ ବୟସ୍କଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ରୁଦ୍ର କୋଭିଡ ହସ୍ପିଟାଲକୁ ପଠାଯାଇଥିବା ବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବଡ଼ମ୍ବାରେ ହୋମଆଇସୋଲେସନରେ ମାତ୍ର ସାତ ଆଠ ଜଣ ଆକ୍ରାନ୍ତ ଥିଲା ବେଳେ ନରସିଂହପୁରରେ ୫୦୦ରୁ ଉର୍ଦ୍ଧ୍ବ କୋଭିଡ ଆକ୍ରାନ୍ତ ହୋମ ଆଇସୋଲେସନ ରହିବା ଦୃଷ୍ଟିରୁ ତାଙ୍କ ମଧ୍ୟରୁ ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକର ଦୃଷ୍ଟିରୁ ନିଜସ୍ୱ ପକ୍କାଘର ନଥିବା ଓ ଦୁର୍ବିପାକ ପ୍ରବଣ ଗ୍ରାମର ସଂକ୍ରମିତ ଆକ୍ରାନ୍ତଙ୍କୁ କୋଭିଡ କେୟାର ସେଣ୍ଟର କିମ୍ବା ସୁରକ୍ଷିତ କ୍ଲଷ୍ଟର ଟିଏମସି କୁ ଆଣି ଖାଦ୍ୟପେୟ ଓ ନିରବଚ୍ଛିନ୍ନ ବିଦ୍ୟୁତସେବା , ମେଡିକାଲ ଚେକଅପ କରିବା ପାଇଁ ମୁଁ ଅଧିକାରୀମାନଙ୍କୁ କହିଛି ।

ନରସିଂହପୁରର ବରହମପୁରାରୁ ୬ ଜଣ, ଜାନିସାହିରୁ ୪ଜଣ, ଶରଧାପୁରରୁ ୭ଜଣ , ରେଗେଡା, ସାଗର , ବଡ଼ମ୍ବା ଖାରୋଡ଼, ବୋକଡା , ଜଳକେଳି, ଚକ୍ରଗଡ, ହରିପୁରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବାକି ନିଜିଗଡ଼ , ପାଇକପଡାପାଟଣା, ଚେରମୁଳିଆ, ଡିମିରିଆ, ନନ୍ଦପୁର, ପାଇକବାରବାଟି, ବନ୍ଧହୁଡାରୁ ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବାର ମାଣିଆବନ୍ଧ, ବାରିମୂଳ, ଖଣ୍ଡୁଆଳି ନୂଆଗାଁ, ଶଙ୍ଖାମେରୀ, ସୁନାପାଳ, ରତାପାଟ, କରଡ଼ା, ହରିପୁରରୁ ଜଣେ ଜଣେ ଚିହ୍ନଟ ହେଲା ବେଳେ କରଡ଼ିବନ୍ଧରୁ ୩ଜଣ , ଦିନିଆରୀରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ଜଣାଯାଇଛି । ଆଠ ଜଣଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଯାଉଛି ।

ଆଜି ମୁଁ ନରସିଂହପୁର କୋଭିଡ କେୟାର ସେଣ୍ଟରର ପରିଚାଳନା ଓ ସମ୍ପ୍ରସାରିତ ହେବାକୁ ଥିବା ନୂତନ ପରିସରର ଭିତ୍ତିଭୂମି ନିର୍ମାଣର ଅଗ୍ରଗତି ଓ ଆନୁସଙ୍ଗିକ ଆବଶ୍ୟକତା ସମ୍ପର୍କରେ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ଓ ସମୀକ୍ଷା କରିଥିଲି। ଏଥିରେ ଏ.ଡି.ଏମ୍ ଓ ଡକ୍ଟର ଲୋକନାଥ ପାତ୍ରଙ୍କ ସହିତ,ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର , ବିଡିଓ ଶ୍ରୀ ପ୍ରଦୀପ ସାହୁ ଓ ତହସିଲଦାର ଶ୍ରୀ ଆଲୋକ ଦେହୁରୀ ମେଡିକାଲ ଅଫିସର ଡକ୍ଟର ଜ୍ୟେଷ୍ଠୀ, କୋଭିଡ କେୟାର ସେଣ୍ଟର ଅଧିକାରୀ ଡକ୍ଟର ସରୋଜ ଦାସ, ଡକ୍ଟର ମଲ୍ଲିକ, ଯନ୍ତ୍ରୀ ଶ୍ରୀ ଦିଲ୍ଲୀପ ବେହେରା, ଡକ୍ଟର ଶଥପଥୀ, ସ୍ୱାସ୍ଥ୍ୟ ମିଶନ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ। ଯୋଜନା କରାଯାଇଥିବା ସଂପ୍ରସାରିତ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଅରଦିନ ଏହି ସଂପ୍ରସାରିତ କେନ୍ଦ୍ର ପାଇଁ କର୍ମଚାରୀ ଦେବା ପାଇଁ ମୁଁ ଜିଲ୍ଲାପାଳ, ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର, କୋଭିଡ ନୋଡାଲ ଅଧିକାରୀ, ସି.ଡି.ଏମ୍.ଓ ପ୍ରଭୃତିଙ୍କ ସହ ଆଲୋଚନା କରି ଅନୁରୋଧ କରିଥିଲି। ଆଜି ସକାଳୁ ସାତଜଣ ପାରାମେଡିକାଲ ଷ୍ଟାଫ ଯୋଗ ଦେଇଥିବା ବେଳେ ୨ଜଣ ଡାକ୍ତର ଶୀଘ୍ର ଯୋଗ ଦେବେ ବୋଲି ଜଣାଯାଇଛି। Toilet ଗୁଡିକୁ ସମ୍ପୂର୍ଣ୍ଣ ହୋଇଛି। ଅକ୍ସିଜେନ ସିଲିଣ୍ଡର ୨୦ଟି ଅତିଶୀଘ୍ର ଦିଆଯିବ ଏବଂ ୧୦ଟି ଅକ୍ସିଜେନ କନସେନଟ୍ରେଟର ଆସିବ ବୋଲି ଡକ୍ଟର ପାତ୍ର ପ୍ରକାଶ କରିଥିଲେ। ସଫେଇ କର୍ମଚାରୀ ଆଉ ୫ଜଣ, ଆଟେଣ୍ଡାଟ ୮ଜଣ, ଷ୍ଟାଫନର୍ସି ଫାର୍ମାସିଷ୍ଟଙ୍କ ସହ ଆଉ ୫ଜଣ ,ସିକ୍ୟୁରିଟି ୪ଜଣ ଯଥାଶୀଘ୍ର ମୁତୟନ କରିବା ସହିତ ୨ଦିନ ଭିତରେ ଏହାକୁ ଚାଲୁ କରିବା ପାଇଁ ମୁଁ କହିଥିଲି। ପ୍ରଶାସନ ଓ ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ଏଥିପାଇଁ ତୁରନ୍ତ ବ୍ୟବସ୍ଥା ହୋଇଛି ବୋଲି କୁହାଯାଇଥିଲା। ଡାକ୍ତର ପାରାମେଡିକୋ ଅଧିକ ଆସିଲେ ତାଙ୍କର ରହଣୀ ସ୍ଥଳ ସରକାରୀ ବା ବେସରକାରୀ ବ୍ୟବସ୍ଥା କରିବା ପାଇଁ ମୁଁ ପରାମର୍ଶ ଦେଇଥିଲି।

ଏହାପରେ ବଡମ୍ବା କୋଭିଡ କେୟାର ସେଣ୍ଟରର ଅନୁମୋଦିତ ଆଉ ୫୦ ଅଧିକ ଶଯ୍ୟାର ସଂପ୍ରସାରଣ ପାଇଁ ଆବଶ୍ୟକୀୟ ମରାମତି,ପୁନଃଉଦ୍ଧାର ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ବୁଲି ଦେଖିଥିଲି ଓ ଜିଲ୍ଲା ଅଧିକାରୀ , କୋଭିଡ କେୟାର ସେଣ୍ଟର ଅଧିକାରୀ, ଡ଼କ୍ଟର ଉଦୟଜ୍ୟୋତି ମଲ୍ଲିକ,ଯନ୍ତ୍ରୀ ଶ୍ରୀ ଅଶୋକ ଦାସଙ୍କ ସହ ଆଲୋଚନା କରିଥିଲି । ସୋମବାର ସୁଦ୍ଧା ଏହା ଚାଲୁ ହେବ ବୋଲି ସ୍ଥିର ହୋଇଥିଲା ।

related posts

Leave a Comment