Home Breaking News / ତାଜା ଖବର ଜମି ହଡ଼ପ କରି ମାଛ ଚାଷ କରି ସାମ୍ରାଜ୍ୟ ବିସ୍ତାର

ଜମି ହଡ଼ପ କରି ମାଛ ଚାଷ କରି ସାମ୍ରାଜ୍ୟ ବିସ୍ତାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): କାଶୀନଗର ବ୍ଲକ୍ ର ଅଧିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତ କହିଲେ ସିଆଳି ଗ୍ରାମ ପଞ୍ଚାୟତ ର ପେଦାମାଡ଼ି ମୌଜା ରେ ଜଣେ ଓକିଲ ଙ୍କ ଜମି କିଛି ଥିଲା ସେସବୁ କୁ ସେତେବେଳେ ନକ୍ସଲ ପ୍ରାଦୁର୍ଭାବ ଥିବାରୁ ଆନ୍ଧ୍ର ର ଭେଙ୍କଟ ରାମୟା ବୋଲି ଜଣେ ବ୍ୟକ୍ତି ଏହା ଶାଗ ମାଛ ଦରରେ କିଣି ଆଦିବାସୀ ଓ ପଞ୍ଚାୟତର କିଛି ଜମି ହଡ଼ପ କରି ମାଛ ଚାଷକରି ନିଜର ସାମ୍ରାଜ୍ୟ ବିସ୍ତାର କଲେ। ଇତି ମଧ୍ୟରେ ମତ୍ସ୍ୟ ବିଭାଗ ଉଠା ଜଳସେଚନ ବିଭାଗ ପଞ୍ଚାୟତ ଓ ରାଜସ୍ବ ବିଭାଗ ଉପରେ ବାବୁ ଜଣକ ଆଖି ପକେଇ ରାଜସ୍ବ ଜମି ଫରେଷ୍ଟ ଜମି ସବୁ ଅକ୍ତିଆର କରି ନିଜ ଅକ୍ତିଆର କୁ ନେଇ ଆଦିବାସୀ ମାନଙ୍କୁ ଭିତରେ ପୁରାଇ ଦେଉ ନାହାନ୍ତି ଏହି ବ୍ୟକ୍ତି ଜଣକ। ପୂର୍ବରୁ କେବଳ ୫୦ ଏକର ପରିମିତ ଜମି ରେ ମାଛ ଚାଷ କରିବି ବୋଲି ନିରୀହ ଜନ ଜାତି ଲୋକ ଙ୍କୁ କହି ପରେ ସମସ୍ତ ଜମି ଅଟକାଇ ଚାଷ କରିବା ଫଳରେ ନିରୀହ ଜନଜାତି ଲୋକେ ନିଜ ଗାଈ ଗୋରୁ ମଧ୍ୟ ଚୋରାଇ ପରୁ ନାହାନ୍ତି। ଏ ନେଇ ଆଦିବାସୀ ମାନେ ଜିଲପାଳ ଓ ଏସ ପି ଙ୍କୁ ସ୍ମାରକ ପତ୍ର ଦେଇଛନ୍ତି।ଜିଲ୍ଲାର ସମସ୍ତ ବିଭାଗ କୁ ପଇସା ମାଧ୍ୟମ ରେ କାବୁ କରି ଏହି ବାବୁ ଜଣକ କାର୍ଯ୍ୟ ହାସଲ କରୁଥିବା ଅଭିଯୋଗ ହେଉଛି।ବେଳ ଥାଉ ଥାଉ ପ୍ରଶାସନ ସଜାଗ ନ ହେଲେ ଭବିଷ୍ୟତ ରେ ଆଦିବାସୀ ମାନେ ଆନ୍ଦୋଳନ କରି ନିଜ ହକ ହାସଲ କରିବେ ବୋଲି ସୁକୁ ଶବର କହିଛନ୍ତି। ପଞ୍ଚାୟତ ର ପୂର୍ବତନ ସରପଂଚ ରାମ ପ୍ରସାଦ ପଟ୍ଟନାୟକ ମଧ୍ୟ ଆଦିବାସୀ ମାନଙ୍କ ଦାବି ସହ ଏକ ମତ ବୋଲି କହିଛନ୍ତି।

related posts

Leave a Comment