Home Breaking News / ତାଜା ଖବର ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ଓ ସମୀକ୍ଷା କଲେ ବିଧାୟକ ଦେବି ପ୍ରସାଦ ମିଶ୍ର

ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ଓ ସମୀକ୍ଷା କଲେ ବିଧାୟକ ଦେବି ପ୍ରସାଦ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର :(ବିନୋଦ ନନ୍ଦ): ଆଜି ନରସିଂହପୁର କୋଭିଡ କେୟାର ସେଣ୍ଟରର ପରିଚାଳନା ଓ ସମ୍ପ୍ରସାରିତ ହେବାକୁ ଥିବା ନୂତନ ପରିସରର ଭିତ୍ତିଭୂମି ନିର୍ମାଣର ଅଗ୍ରଗତି ଓ ଆନୁସଙ୍ଗିକ ଆବଶ୍ୟକତା ସମ୍ପର୍କରେ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ଓ ସମୀକ୍ଷା କରିଥିଲେ ବିଧାୟକ ଦେବି ପ୍ରସାଦ ମିଶ୍ର |ଏଥିରେ ଏ.ଡି.ଏମ୍ ଓ ଡକ୍ଟର ଲୋକନାଥ ପାତ୍ରଙ୍କ ସହିତ,ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର , ବିଡିଓ ଶ୍ରୀ ପ୍ରଦୀପ ସାହୁ ଓ ତହସିଲଦାର ଶ୍ରୀ ଆଲୋକ ଦେହୁରୀ ମେଡିକାଲ ଅଫିସର ଡକ୍ଟର ଜ୍ୟେଷ୍ଠୀ, କୋଭିଡ କେୟାର ସେଣ୍ଟର ଅଧିକାରୀ ଡକ୍ଟର ସରୋଜ ଦାସ, ଡକ୍ଟର ମଲ୍ଲିକ, ଯନ୍ତ୍ରୀ ଶ୍ରୀ ଦିଲ୍ଲୀପ ବେହେରା, ଡକ୍ଟର ଶଥପଥୀ, ସ୍ୱାସ୍ଥ୍ୟ ମିଶନ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ। ଯୋଜନା କରାଯାଇଥିବା ସଂପ୍ରସାରିତ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 29ତାରିଖରେ ଏହି ସଂପ୍ରସାରିତ କେନ୍ଦ୍ର ପାଇଁ କର୍ମଚାରୀ ଦେବା ପାଇଁ ଶ୍ରୀ ମିଶ୍ର,ଜିଲ୍ଲାପାଳ, ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର, କୋଭିଡ ନୋଡାଲ ଅଧିକାରୀ, ସି.ଡି.ଏମ୍.ଓ ପ୍ରଭୃତିଙ୍କ ସହ ଆଲୋଚନା କରି ଅନୁରୋଧ କରିଥିଲେ । ଆଜି ସକାଳୁ ସାତଜଣ ପାରାମେଡିକାଲ ଷ୍ଟାଫ ଯୋଗ ଦେଇଥିବା ବେଳେ ୨ଜଣ ଡାକ୍ତର ଶୀଘ୍ର ଯୋଗ ଦେବେ ବୋଲି ଜଣାଯାଇଛି। Toilet ଗୁଡିକୁ ସମ୍ପୂର୍ଣ୍ଣ ହୋଇଛି। ଅକ୍ସିଜେନ ସିଲିଣ୍ଡର ୨୦ଟି ଅତିଶୀଘ୍ର ଦିଆଯିବ ଏବଂ ୧୦ଟି ଅକ୍ସିଜେନ କନସେନଟ୍ରେଟର ଆସିବ ବୋଲି ଡକ୍ଟର ପାତ୍ର ପ୍ରକାଶ କରିଥିଲେ। ସଫେଇ କର୍ମଚାରୀ ଆଉ ୫ଜଣ, ଆଟେଣ୍ଡାଟ ୮ଜଣ, ଷ୍ଟାଫନର୍ସି ଫାର୍ମାସିଷ୍ଟଙ୍କ ସହ ଆଉ ୫ଜଣ ,ସିକ୍ୟୁରିଟି ୪ଜଣ ଯଥାଶୀଘ୍ର ମୁତୟନ କରିବା ସହିତ ୨ଦିନ ଭିତରେ ଏହାକୁ ଚାଲୁ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର କହିଥିଲେ |ପ୍ରଶାସନ ଓ ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ଏଥିପାଇଁ ତୁରନ୍ତ ବ୍ୟବସ୍ଥା ହୋଇଛି ବୋଲି କୁହାଯାଇଥିଲା। ଡାକ୍ତର ପାରାମେଡିକୋ ଅଧିକ ଆସିଲେ ତାଙ୍କର ରହଣୀ ସ୍ଥଳ ସରକାରୀ ବା ବେସରକାରୀ ବ୍ୟବସ୍ଥା କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ |

ଏହାପରେ ବଡମ୍ବା କୋଭିଡ କେୟାର ସେଣ୍ଟରର ଅନୁମୋଦିତ ଆଉ ୫୦ ଅଧିକ ଶଯ୍ୟାର ସଂପ୍ରସାରଣ ପାଇଁ ଆବଶ୍ୟକୀୟ ମରାମତି,ପୁନଃଉଦ୍ଧାର ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ବୁଲି ଦେଖିଥିଲେ | ଜିଲ୍ଲା ଅଧିକାରୀ , କୋଭିଡ କେୟାର ସେଣ୍ଟର ଅଧିକାରୀ, ଡ଼କ୍ଟର ଉଦୟଜ୍ୟୋତି ମଲ୍ଲିକ,ଯନ୍ତ୍ରୀ ଶ୍ରୀ ଅଶୋକ ଦାସଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ସୋମବାର ସୁଦ୍ଧା ଏହା ଚାଲୁ ହେବ ବୋଲି ସ୍ଥିର ହୋଇଥିଲା ।

related posts

Leave a Comment