Home Breaking News / ତାଜା ଖବର ବଂସଲ ଇଟା ଫେକ୍ଟ୍ରି ଟ୍ରାକ୍ଟର ଓଲଟି ଯୁବକ ମୁତ

ବଂସଲ ଇଟା ଫେକ୍ଟ୍ରି ଟ୍ରାକ୍ଟର ଓଲଟି ଯୁବକ ମୁତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରାଜେଶ ସୁନା): ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଧୋଡ୍ର। ପଞ୍ଚାୟତ ପିପିଲାପଦର ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଦେଖି ବାକୁ ମିଳିଛି। ସୂଚନା ଯୋଗେ ଧୋଡ୍ର। ପଞ୍ଚାୟତ ପିପିଲାପଦର ରେ ଥିବା ବଂସଲ ଇଟା ଫେକ୍ଟ୍ରି ର ଏକ ନମ୍ବର ବିହୀନ ଟ୍ରାକଟର ବାଲି ଆଣିବାକୁ ସାନ ଭୀମଗୁଡା ଅଭିମୁଖେ ଯିବା ସମୟରେ ପିପିଲାପଦର ଠାରୁ କିଛି ଦୂର ଯିବା ପରେ ଟ୍ରାକଟରଟି ଭାରସାମ୍ୟ ହରାଇ ଏକ ଜମି ତଳକୁ ଓଲଟି ପଡିଥିଲା। ଏହା ପରେ ଟ୍ରାକଟର ରେ ବସିଥିବା ତିନି ଜଣ ଶ୍ରମିକ ଛିଟିକି ପଡ଼ି ଜମି ଭିତରେ ପଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ସୁମନ ଖାତି ବୟସ ୧୮ ର ଉପରେ ଟ୍ରାକଟର ର ଟ୍ରଲି ଓଲଟି ପଡ଼ି ଥିବାରୁ ଯୁବକଙ୍କ ଘଟଣା ସ୍ଥଳରେ ହିଁ ମୁତୁ ହେଇଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଶ୍ରମିକ ଓ ଡ୍ରାଇଭର ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହେଇ ଯାଇଥିବା ସୂଚନା ମିଳିଛି। ଏ ନେଇ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଘଟଣା ଘଟିଲା ପରେ ସ୍ଥାନୀୟ ଲୋକମାନେ ଉମରକୋଟ ପୋଲିସ ଓ ମାଲିକଙ୍କ କୁ ଜଣାଇବା ପରେ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ଏରିଆ ଆମ jurisdiction ରେ ଯାଉ ନାହିଁ ଏବଂ ଏହା ଡାବୁଗାଁ ଅଧୀନରେ କହି ପଳାଇ ଯାଇଥିଲେ। ଏହା ପରେ ବହୁ ସମୟ ଅପେକ୍ଷା କରି ମୃତକର ପରିବାର ଗାଡି ମାଲିକ କୌଣସି ଉତ୍ତର ଦେଇ ନ ଥିବା ସୂଚନା ଦେଇଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ପରିବାର ଏକ ମାତ୍ର ରୋଜଗାରିଆ ପୁଅ ଥିବା ବେଳେ ଏବେ ଏହି ପରିବାର ଅତ୍ୟନ୍ତ ଗରିବ ହୋଇ ଥିବା ବେଳେ ପରିବାର ର ଚଳାଚଳ ଓ ପୁତ୍ରର ଅନ୍ତିମ ସଂସ୍କାର ପାଇଁ ସରକାର ଓ ମାଲିକଙ୍କ ଭରସା ଅପେକ୍ଷା। ଏ ନେଇ ସିଂସାରି ପୋଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳି ପାରି ନାହିଁ

related posts

Leave a Comment