Home Breaking News / ତାଜା ଖବର ଜିଲ୍ଲାପାଳଙ୍କ ବୋରିଗୁମ୍ମା ଗସ୍ତ: ବିଭିନ୍ନ ପ୍ରକାର ପ୍ରକଳ୍ପର ପରିଦର୍ଶନ

ଜିଲ୍ଲାପାଳଙ୍କ ବୋରିଗୁମ୍ମା ଗସ୍ତ: ବିଭିନ୍ନ ପ୍ରକାର ପ୍ରକଳ୍ପର ପରିଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନାବେଡା(ଦୀପକ କୁମାର ମାଝୀ):କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର ବୋରିଗୁମ୍ମା ବ୍ଲକ ଗସ୍ତ ରେ କୋଭିଡ ସମୀକ୍ଷା କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ପ୍ରଥମେ ଜିଲ୍ଲାପାଳ ଶ୍ରୀ ଅଖତର ବୋରିଗୁମ୍ମା ବ୍ଳକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ। ସେଠାରେ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଓ ତହସିଲଦାର ସୁବାସ ଚନ୍ଦ୍ର ରଇତ ଙ୍କ ଉପସ୍ଥିତ ରେ ବୋରିଗୁମ୍ମା ବ୍ଳକ ର କୋଭିଡ ସ୍ଥିତି ର ସମୀକ୍ଷା କରିଥିଲେ। ଦିନ କୁ ଦିନ ବୋରିଗୁମ୍ମା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିଭଳି ଭାବେ ଆକ୍ରାନ୍ତ ସଂଖ୍ୟା କୁ ରୋକ ଲଗାଯାଇପାରିବ ସେଥି ନେଇ ବିସ୍ତୃତ ଆଲୋଚନା କରିଥିଲେ।ପରେ ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଚାଲିଥିବା ପ୍ରକଳ୍ପ ବୁଲି ଦେଖିଥିଲେ। ହରଦଳି ମେଗା ପ୍ରକଳ୍ପ ବୁଲି ସେଠାରେ ହେଉଥିବା କୁକୁଡ଼ା ଫାର୍ମ ଦେଖିବା ସହ ସ୍ମାର୍ଟ କ୍ଲାସ ରୁମ ଦେଖିଥିଲେ। ମେଗା ପ୍ରକଳ୍ପ ରେ ହେଉଥିବା କମ୍ପୋଷ୍ଟ ଖତ ପ୍ରକଳ୍ପ ଦେଖିଥିଲେ। ନାରୀଗାଁ ପଞ୍ଚାୟତ ରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ବୁଲିଦେଖିବା ସହ ପ୍ରକଳ୍ପ ଗୁଡ଼ିକ କିପରି ଭାବେ ଶୀଘ୍ର ଶେଷ ହେବ ସେ ନେଇ ବିଡ଼ିଓ ଶ୍ରୀ ବେହେରା ଙ୍କୁ ପଦକ୍ଷେପ ନେବାକୁ କହିଥିଲେ। ଜିଲାପାଳ ଙ୍କ ସହ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା, ଏ ଇ ସତ୍ୟନାରାୟଣ ସେଠୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

related posts

Leave a Comment