Home Breaking News / ତାଜା ଖବର କୃଷକଙ୍କ ଲାଲକିଲ୍ଲା କାଣ୍ଡର ଚାର୍ଜସିଟ୍ କୋର୍ଟରେ ଦାଖଲ: ସାମ୍ନାକୁ ଆସୁଛି ଭୟଙ୍କର ଷଡଯନ୍ତ୍ର

କୃଷକଙ୍କ ଲାଲକିଲ୍ଲା କାଣ୍ଡର ଚାର୍ଜସିଟ୍ କୋର୍ଟରେ ଦାଖଲ: ସାମ୍ନାକୁ ଆସୁଛି ଭୟଙ୍କର ଷଡଯନ୍ତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗତ ଜାନୁଆରୀ ୨୬ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଆନ୍ଦୋଳନକାରୀ କୃଷକ ଘଟାଇଥିଲେ ଲଙ୍କାକାଣ୍ଡ । ଲାଲାକିଲ୍ଲା ଛାତିରେ ଜାତୀୟ ପତାକା ପରେ ଯେଉଁ ଭୟଙ୍କର କାଣ୍ଡ ଘଟାଇଥିଲେ ଆନ୍ଦୋଳନକାରୀ କୃଷକ, ସାରା ବିଶ୍ୱ ଦେଖିଥିଲା । ଏହି ହିଂସାକାଣ୍ଡରେ ୩୦୦ ପୋଲିସ କର୍ମଚାରୀ ସହିଦ ହୋଇଥିଲେ । କିଛି ଆନ୍ଦୋଳନକାରୀ କୃଷକଙ୍କ ଜୀବନ ବି ଯାଇଥିଲା । ଏହି ମାମଲାରେ ଦିଲ୍ଲୀ ପୋଲିସ ଦାଖଲ କରିଛି ଚାର୍ଜସିଟ୍ । ଏହି ମାମଲା ନେଇ କୋର୍ଟ ଆସନ୍ତା ୨୮ ତାରିଖରେ ତାଙ୍କର ବିଚାର କରିବେ । ତେବେ ଦିଲ୍ଲୀ ପୋଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ ରେ ବଡ ସାଂଘାତିକ ଷଡଯନ୍ତ୍ର ସାମ୍ନାକୁ ଆସିଛି । ଜାନୁଆରୀ ୨୬ ତାରିଖରେ କେବଳ ଲାଲକିଲ୍ଲାରେ ଆନ୍ଦୋଳନକାରୀ ଚାଷୀ ପତାକା ଉଡାଇବା ଯୋଜନା ରଖିନଥିଲେ, ଲାଲକିଲ୍ଲାକୁ ସେମାନଙ୍କର ଆଗାମୀ ଆନ୍ଦୋଳନସ୍ଥଳ କରିଥାନ୍ତେ । ଲାଲକିଲ୍ଲାକୁ କବଜାକୁ ନେବା ପରେ ଦିଲ୍ଲୀ ଜାତୀୟ ରାଜପଥ ବଦଳରେ ଲାଲକିଲ୍ଲାରେ ଆଗାମୀ ଆନ୍ଦୋଳନ ଚଳାଇଥାନ୍ତେ । ଏହି ମାମଲାରେ ଅନେକ ଅଭିଯୁକ୍ତଙ୍କ ଠାରୁ ବୟାନ ରେକର୍ଡ କରିବା ପରେ ଦିଲ୍ଲୀ ପୋଲିସ ତାହାର ଚାର୍ଜସିଟ୍ ଦାଖଲ କରିଛି । ଏନେଇ ସବିଶେଷ ତଥ୍ୟ ଆସନ୍ତା ୨୮ ତାରିଖରେ କୋର୍ଟଙ୍କ ବିଚାର ପରେ ଜଣାପଡିବ ।

କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ଯେ ଲାଲକିଲ୍ଲାରୁ ତ୍ରିରଙ୍ଗା ପତାକାକୁ କାଢ଼ି ଅନ୍ୟ କୌଣସି ପତାକା ଲଗାଇବା ପାଇଁ ଅଭିଯୁକ୍ତ ମାନଙ୍କୁ ପ୍ରଚୁର ପରିମାଣରେ ଅର୍ଥ ଦିଆଯାଇଥିଲା। ଦେଶ ବିରୋଧି କାର‌୍ୟ୍ୟ ପାଇଁ ଶିଖ୍ ଫର ଜଷ୍ଟିସ୍ ସଂସ୍ଥା ଏବଂ ଏହାର ମୁଖ୍ୟ ଗୁରୁପତବନ୍ତ ସିଂ ପନ୍ନୁଙ୍କ ଦ୍ୱାରା ଏହି କାର‌୍ୟ୍ୟ ପାଇଁ ପ୍ରଚୁର ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରାଯାଇଥିଲା।
ଚାର୍ଜସିଟରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଝିଅର ଆନ୍ତଃରାଜ୍ୟ କଲ୍ ରୋକର୍ଡକୁ ମଧ୍ୟ ଦିଲ୍ଲୀ ପୋଲିସ ଚାର୍ଜସିଟ୍ରେ ଅନ୍ତର୍ଭୁକ୍ତ କରିଛି। ଯେଉଁଥିରେ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମିଳିବାକୁ ଯାଉଛି ବୋଲି ଝିଅ କହୁଥିବାର ରେକର୍ଡ ରହିଛି। ତେଣୁ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ ପ୍ରମାଣ ସଂଗ୍ରହ କରାଯାଇଛି ଏବଂ ଏହାକୁ ଚାର୍ଜସିଟରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
ଏହି ଉଗ୍ର ଆନ୍ଦୋଳନ ହିଂସା ପାଇଁ ସ୍କ୍ରିପ୍ଟ ବହୁ ପୂର୍ବରୁ ଲେଖାଯାଇଥିଲା। ଜାନୁଆରୀ ୨୬ର ଲାଲକିଲ୍ଲା ଆନ୍ଦୋଳନ ପାଇଁ ନଭେମ୍ବର / ଡିସେମ୍ବର ୨୦୨୦ ରେ ହିଂସାର ଷଡଯନ୍ତ୍ର କରାଯାଇଥିଲା। ଏଥିପାଇଁ ପଞ୍ଜାବ ଏବଂ ହରିୟାଣାରେ ଟ୍ରାକ୍ଟର ଏବଂ ବହୁ ସାମଗ୍ରୀ ଆଗୁଆ କିଣା ଯାଇଥିଲା।

related posts

Leave a Comment