Home Breaking News / ତାଜା ଖବର ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଦୁଇ ଚାଳକ ଗୁରୁତର: ମେଡିକାଲରେ ଭର୍ତ୍ତି

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଦୁଇ ଚାଳକ ଗୁରୁତର: ମେଡିକାଲରେ ଭର୍ତ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଞ୍ଜାମ(ସୁରେଶ କୁମାର ସୁବୁଦ୍ଧି): ଗଂଜାମ ସୋରଡ଼ା ପିପଳପଙ୍କା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା।ଦୁଇ ବାଇକ ଚାଳକ ଗୁରୁତର।ଗୁରୁତର ମାନେ ହେଲେ ଅସୁରବନ୍ଧ ଗ୍ରାମର ଭୂୟାଁ ବେହେରା,ଗାଜଲବାଡ଼ି ଗ୍ରାମର ଅଜିତ ନାୟକ। ସୂଚନା ମୁତାବକ ଅସୁରବନ୍ଧ ଗ୍ରାମର ଭୂୟାଁ ବେହେରା ନିଜ ଟିଭିଏସ ଏକ୍ସିଲ ରେ ଆମ୍ବଧରି ବ୍ୟବସାୟ କରିବା ପାଇଁ ଗାଜଲ ବାଡ଼ି ଅଭିମୁଖେ ଯାଉଥିଲେ ବିପରୀତ ଦିଗରୁ ଗାଜଲବାଡ଼ି ଗ୍ରାମର ଅଜିତ ନାୟକ କୌଣସି କାମରେ ସୋରଡ଼ା ଆସୁଥିବା ସମୟରେ ପିପଳପଙ୍କା ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇ ତଳେ ପଡିରହିଥିଲେ।ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ଉଭୟ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ।ସେଠାରେ ତାଙ୍କର ଚିକିତ୍ସା ଚାଲି ଥିବା ଜଣାପଡିଛି।ଅନ୍ୟପଟେ ପୋଲିସ ଘଟଣାର ଅଧିକା ତଦନ୍ତ କରୁଛି।

related posts

Leave a Comment