Home Breaking News / ତାଜା ଖବର ଆମ୍ବୁଲାନ୍ସରେ ଅକ୍ସୀଜେନ କାମ ନ କରିବା ରୁ ଚାଲିଗଲା ଜୀବନ

ଆମ୍ବୁଲାନ୍ସରେ ଅକ୍ସୀଜେନ କାମ ନ କରିବା ରୁ ଚାଲିଗଲା ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମର ଯୁଗଲ କିଶୋର ମାଝୀ ତାଙ୍କ ହଟାଟ ଦେହ ଅସୁସ୍ଥ ହୋଇ ଅକ୍ସୀଜେନ ଅଭାବ ଦେଖା ଯିବା ପରେ ତୁରନ୍ତ ୧୦୮ କୁ ଯୋଗାଯୋଗ କରାଯାଇଥିଲା । ଓ ବୋଡେ଼ନ ସ୍ଵ।ସ୍ଥ କେନ୍ଦ୍ର ରୁ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା ଓ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସିନାପାଲି ସ୍ୱ।ସ୍ଥ କେନ୍ଦ୍ର କୁ ଆଣୁ ଥିବା ବେଳେ ରାସ୍ତାରେ ତାଙ୍କର ଅକ୍ସୀଜେନ ର ଆବସ୍ୟାକ ପଡିଥିଲା । କିନ୍ତୁ ଭାଗ୍ୟ ଖରାପ ଜେ ଆମ୍ବୁଲାନ୍ସ ରେ ଥିବା ଅକ୍ସୀଜେନ କାମ କାମକରୁନଥିବା ଦେଖାଦେଇଥିଲା ପରେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପହଁଞ୍ଚି ତୁରନ୍ତ ଅକ୍ସିଯେନ ଲଗାଯାଇଥିଲା ହେଲେ ସେହି ଅକ୍ସିଯେନ ମଧ୍ୟ କାର୍ଯ୍ୟକାରୀ ନଥିଲା ତା ଯୋଗୁଁ ଯୁଗଲ କିଶୋର ମାଝି ଙ୍କ ମୃତ୍ୟୁ ଘଟିଥିଲା। ଓ ଶବ କୁ ଘର ଆଣିବା ପାଇଁ ଆମ୍ବୁଲାନ୍ସ ଟିଏ ପାଇଁ ସିନାପାଲି ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ପରିବାର ଲୋକେ ନେହୁରା ହୋଇଥିଲେ । କିନ୍ତୁ ଶବକୁ ନେବା ପାଇଁ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ନାହିଁ ବୋଲି ବୋଲି ମନା କରିଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ଶେଷରେ ନିରୁପାୟ ହୋଇ ମୃତ ଦେହକୁ ମୋଟର ସାଇକେଲ ଯୋଗେ ଘରକୁ ଆଣିଲେ ପରିବାର ଲୋକେ । ଏ ହେଉଛି ନୂଆପଡ଼ା ଜିଲ୍ଲାର ସ୍ୱ।ସ୍ଥ ସେବାର ବ୍ୟବସ୍ଥା କେବେ ସୁଧୁରୀବ ପ୍ରଶାସନ କେବେ ମିଳିବ ଲୋକଙ୍କୁ ଉଚିତ ସ୍ଵ।ସ୍ଥ ସେବା.

related posts

Leave a Comment