Home Breaking News / ତାଜା ଖବର ଖାଦ୍ୟ ପୁଡିଆ ବଣ୍ଟନ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କରୋନା ଦାଉ ସାଧୁଥିବା ବେଳେ ବାତ୍ୟା ୟାସ୍ ଯେପରି ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବୋଝ ପାଲଟିଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ପଂଚାୟତର ସମିତି ସଭ୍ୟ ଏବଂ ନିଶ୍ଚିନ୍ତକୋଇଲି ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ସେକ୍ କଲାମ୍ ଖାଁ ନିଜସ୍ଵ ଉଦ୍ୟମରେ ସୁକରପଡା,କଟିକଟା ଓ ଅସୁରେଶ୍ବର ପଂଚାୟତର ପାଖାପାଖି ୫୦୦ ବାତ୍ୟା ପ୍ରପୀଡିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସେକ୍ ଟୁକୁ,ସେକ୍ ସଲାଉଦ୍ଦିନ୍, ମିର୍ଜା ପପୁ,ସେକ୍ ସାବତ୍,ସେକ୍ ରିଆନ୍, ମୋତି ଖାନ୍ ପ୍ରଭୁତି ସହ ଯୋଗ କରିଥିଲେ।

related posts

Leave a Comment