Home Breaking News / ତାଜା ଖବର ପ୍ରଶାସନ ହାବୁଡ଼େ ପଡିଲା କେରଳ ଗାଡି: ଜୋରିମାନା ବିବାଦକୁ ଗଣିଲା ୨୯ ହଜାର

ପ୍ରଶାସନ ହାବୁଡ଼େ ପଡିଲା କେରଳ ଗାଡି: ଜୋରିମାନା ବିବାଦକୁ ଗଣିଲା ୨୯ ହଜାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସରକାରଙ୍କ କୋଭିଡ୍-୧୯ ଗାଇଡ୍ ଲାଇନ୍ କୁ ଉଲଘଂନ କରି ଏକ ବସ୍ ଚାଳକ ୨୯ ହଜାର ଟଙ୍କା ଜୋରିମାନା ବାବଦକୁ ଆଦାୟ କରିଛି ପ୍ରଶାସନ। ମିଳିଥିବା ସୂଚନା ଅନୁଯାୟୀ ଆଜି ବୁଧବାର କେରଳରୁ ଏକ ବସ୍ ଲୋକଙ୍କୁ ନେଇ କନ୍ଧମାଳ ଅଭିମୁଖେ ଯାତ୍ରା କରିଥିଲା।ଗାଡି ଟିରେ ୩୫ ଜଣ ପ୍ରବାସୀ ଶ୍ରମିକ ରହିଥିଲେ।ସେମାନଙ୍କ ଘର ଜି ଉଦୟଗିରି ଏବଂ ଦାରିଙ୍ଗବାଡି ବ୍ଲକ୍ ର ହୋଇଥିବା ଜଣାପଡିଛି। ଜି ଉଦୟଗିରି ବ୍ଲକ୍ ରେ ୧୮ ଜଣ ଓଲାହି ଥିବା ବେଳେ ବାକି ୧୭ ଜଣ ଦାରିଙ୍ଗବାଡି ବ୍ଲକ ର ହୋଇଥିବା ଜଣାପଡିଛି। କିନ୍ତୁ ସେମାନଙ୍କୁ ରାଇକିଆରେ ଓଲାହି ଦେଇଥିଲା ଗାଡି। ଏହି ଖବର ରାଇକିଆ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ ପାଇ ତହସିଲଦାର ଅକ୍ଷୟ ପାଣି ଟୁଡୁ ଏବଂ ଥାନାଧିକାରୀ ତରୁଣ ତପନ ବେହେରାଙ୍କୁ ଅବଗତ କରାଇଥିଲେ। ଗାଡିଟି ରାଇକିଆ ନିକଟସ୍ଥ ବେରେଡାକିଆ ବନ୍ଧ ନିକଟରେ ପ୍ରବାସୀଙ୍କୁ ଛାଡି ବଜାରକୁ ଫେରିଥିଲା। ଏହି ସମୟରେ ପ୍ରଶାସନ ପ୍ରବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ଠାରୁ ବୁଝି ଜାଣିବାକୁ ପାଇଥିଲା ଦାରିଙ୍ଗବାଡି ବ୍ଲକ୍ ର। ସେମାନଙ୍କ ଯିବାର ବ୍ୟବସ୍ଥା କରାଯାଇଛି।କୋଭିଡ୍ ନିୟମକୁ ଉଲ୍ଲଂଘନ ନେଇ ଗାଡି ମାଲିକ ଠାରୁ ୨୯ ହଜାର ଟଙ୍କା ଜୋରିମାନା ବାବଦକୁ ଆଦାୟ କରାଯାଇଥିବା ସୂଚନା ମିଳିଛି।

related posts

Leave a Comment