Home Breaking News / ତାଜା ଖବର ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ: ରାଇକିଆରୁ ୨ ଜଣ,କନ୍ଧମାଳରେ ୧୪୧ ପଜିଟିଭ୍

ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ: ରାଇକିଆରୁ ୨ ଜଣ,କନ୍ଧମାଳରେ ୧୪୧ ପଜିଟିଭ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କୋରନା ମହାମାରୀର ଦ୍ବିତୀୟ ପ୍ରବାହ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏଥିରେ ବହୁ ସଂଖ୍ୟକ ଲୋକଙ୍କ ଆକ୍ରାନ୍ତ ହେଉଛନ୍ତି।ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି।ଏଥିରେ ମେଡିକାଲ୍ ଡାକ୍ତର, ଆଇସିଡିଏସ୍ ସୁପରଭାଇଜର୍ ଏବଂ ଆଶା, ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ରହିଥିଲେ।ବୈଠକରେ ସଂକ୍ରମଣ ବୃଦ୍ଧି ନେଇ ସ୍ବାସ୍ଥ୍ୟକର୍ମୀଙ୍କୁ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବାପାଇଁ କୁହା ଯାଇଛି। ଏନେଇ ରାଇକିଆ ବ୍ଲକ୍ ରେ ସମସ୍ତ ପଞ୍ଚାୟତରେ ଏହି ପରି କାର୍ଯ୍ୟ ଆରମ୍ଭ କରାଯାଇଛି। ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟାରେ ଥଣ୍ଡା,କାଶ ,ଜ୍ଵର ,ମଧୁମେହ, ବ୍ଲଡ଼ ପ୍ରେସର୍ ପରି ସ୍ବାସ୍ଥ୍ୟ ସମ୍ବନ୍ଧିତ ନେଇ ପଚାରି ବୁଝାଯାଉଛି ଏବଂ କୋଭିଡ୍-୧୯ ନିୟମ ଅନୁଯାୟୀ ରହିବା ପାଇଁ ସଚେତନତା କରାଯାଉଛି। ଆଜି ବୁଧବାର ଜିଲ୍ଲାରେ ୧୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଇକିଆ ବ୍ଲକ୍ ରୁ ଦୁଇ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଜିଲ୍ଲା ସମୁଦାୟ ୮୭୪୯ ଜଣ ସଂକ୍ରମଣ ହୋଇଥିବା ବେଳେ ୭୭୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୭୫ ଜଣଙ୍କ ଚିକିତ୍ସା ଜାରି ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟରରେ ଦିଆଯାଇଛି।

related posts

Leave a Comment