Home Breaking News / ତାଜା ଖବର ବାଇକରୁ ଭାରସାମ୍ୟ ହରାଇ ଯୁବକ ଗୁରୁତର

ବାଇକରୁ ଭାରସାମ୍ୟ ହରାଇ ଯୁବକ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ବୁଗୁଡା ବ୍ଳକ ଅଧିନସ୍ଥ ବିରଞ୍ଚିପୁର୍ ପଞ୍ଚାୟତ ର ପଙ୍କଳ ସାହି କ୍ରସର ମିଲ୍ ଠାରେ ବୁଗୁଡା ରଘୁନାଥ ସାହି ର ଅଶୋକ ଗଉଡ 45 ବର୍ଷ ସେ ବାଇକ୍ ଭାରସ୍ୟାମ ହରାଇ ସନ୍ଧ୍ଯା 7.30 ବେଳେ ଗୋଟିଏ ଗଛକୁ ଧକ୍କା ଦେବା ଫଳରେ ଗୁରୁତର ହୋଇପଡିଛନ୍ତି I ଜଗନ୍ନାଥ ପ୍ରସାଦ ବ୍ଲକ୍ ଅଧିନରେ ଥିବା ଗୋଚ୍ଛାବାଡି ଗ୍ରାମକୁ ନିଜ ଭଉଣୀକୁ ଛାଡିବା ପାଈଁ ଗୋଟିଏ ହୁଣ୍ଡା ୟୁନିକନ୍ ବାଇକ୍ ଯୋଗେ ଯାଇଥିଲେ ଏବଂ ଗୋଛାବାଡୀ ଗ୍ରାମରେ ଭଉଣିଙ୍କୁ ଛାଡି ନିଜଗ୍ରାମ ବୁଗୁଡା କୁ ଫେରୁଥିବା ବେଳେ ଦୁର୍ଘଟଣା ଟି ଘଟିଥିଲା l ଗାଡିଟି ଲଟା ମଧ୍ୟରେ ପଡିଥିବା ବେଳେ ଅଶୋକ ରାସ୍ତା ଉପରେ ଚେତା ଶୂନ୍ୟ ଅବସ୍ଥାରେ ପଡ଼ିରହିଥିଲେ I ସେହି ରାସ୍ତାରେ ଆସୁଥିବା ଜଣେ ଅଟୋଚାଳକ ଠାରୁ ଖବର ପାଇ ଦାମକଳ ବାହିନୀ ଅଶୋକକୁ ଉଧାର କରି ବୁଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ l ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ସଂଜ୍ଞା ହୀନ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ଜଣା ଯାଇଛି l

related posts

Leave a Comment