Home Breaking News / ତାଜା ଖବର ବାଇକ୍ ଓ ବୋଲେରୋ ମୁହାମୁଁହି ଧକ୍କାରେ ଜଣେ ମୃତ

ବାଇକ୍ ଓ ବୋଲେରୋ ମୁହାମୁଁହି ଧକ୍କାରେ ଜଣେ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇଘର(ଜ୍ୟୋତି ପ୍ରକାଶ ସାହୁ): ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମାଠାରୁ ଅନତି ଦୂର ଝୁନକିପାରା ଠାରେ ଗତକାଲି ମଧ୍ୟ ରାତ୍ରୀରେ ଏକ ବାଇକ୍ ଓ ବୋଲେରୋ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଛନ୍ତି l ମୃତକଙ୍କ ଜଣକ ମୋଟର ସାଇକେଲ ଆରୋହି ବିଜୟ ସିଂ ରାଜପୁତ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ ରାଇଘର ବ୍ଲକ ଧୋଡ୍ରରାପରା ଗ୍ରାମର ବିଜୟ ସିଂ ରାଜପୁତ ରାତି ପ୍ରାୟ ନଅ ଘଟିକା ସମୟ ରେ ବାଇକ୍ ଯୋଗେ ଝୁନିକିପାରା ଗ୍ରାମକୁ କୌଣସି କାମରେ ଯାଉଥିଲେ। ଏହି ସମୟ ରେ ଅପରପାର୍ଶ୍ବ ଝୁନୁକିପାରା ଗ୍ରାମରୁ ଆସୁଥିବା ଷ୍ଟେଟ ବ୍ୟାଙ୍କ ରାଇଘର ରେ ଓଡି ୨୪ ୩୯୮୦ନଂ ବିଶିଷ୍ଟ ବୋଲେରୋ ଗାଡିଟି ବାଇକ୍ ଟିକୁ ମୁହାଁ ମୁହିଁ ଧକ୍କା ଦେଇ ନିକଟରେ ଥିବା ୧୧ କେଭି ଇଲେକ୍ଟ୍ରି ଖୁଣ୍ଟ କୁ ଧକ୍କା କରିଥିଲା l ଇଲେକ୍ଟ୍ରି ଖୁଣ୍ଟଟି ଭାଙ୍ଗି ଯାଇ ବୋଲେରୋ ଗାଡ଼ି ଉପରେ ପଡ଼ିଥିଲା l ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଦୁର୍ଘଟଣା ଗ୍ରସ୍ତ ବୋଲେରୋ ଗାଡ଼ିର ଚାଳକ ଗଜେନ୍ଦ୍ର ରେଲୀ ଏବଂ ତାଙ୍କ ସହ ଅନ୍ୟ ଦୁଇ ଜଣ ବ୍ୟକ୍ତି ଥିଲେ l ଦୁର୍ଘଟଣା ଘଟାଇ ଚାଳକ ସହ ଅନ୍ୟ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।କିନ୍ତୁ ଘଟଣା ସ୍ଥଳରେ ମୋଟର ସାଇକେଲ ଆରୋହି ବିଜୟ ସିଂ ରାଜପୁତଙ୍କ ମୁଣ୍ଡ ରେ ଶକ୍ତ ଆଘାତ ସହ ଗୋଡ ଭାଙ୍ଗି ଯାଇଥିଲା ସ୍ଥାନୀୟ ଲୋକମାନେ ବିଜୟ ସିଂ କୁ ଗୁରୁତ୍ତର ଅବସ୍ଥାରେ ଘଟଣା ସ୍ଥଳରୁ ଉଦ୍ଧାର କରି ଘର ଲୋକଙ୍କ ଉପସ୍ଥିତ ରେ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁରକୁ ସ୍ଥାନାନ୍ତର କରିଥିଲେ l ଚିକିତ୍ସିତ ଅବସ୍ଥା ରେ ବିଜୟ ଙ୍କ ମୃତୁ ଘଟିଥିଲା। ଏନେଇ ପରିବାର ଲୋକେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ରାଇଘର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଜାରି ରଖିଛନ୍ତି।ଅପରପକ୍ଷେ ଦୁର୍ଘଟଣା ଗ୍ରସ୍ତ ବୋଲେରୋ ଗାଡିଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ରାଇଘର ଶାଖା କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ଧରି ବ୍ୟବହୃତ ହେଉଥିବା ବେଳେ ଗାଡିଟି ଶ୍ୟାମ ସୁନ୍ଦର ରେଲି ଙ୍କ ନାମରେ ପଞ୍ଜିକୃତ ଅଛି ଏବଂ ଏହାର ବୀମା ଅବଧି ଗତ ତା୨୮.୦୨.୨୦୨୧ରିଖ ରୁ ସମାପ୍ତ ହୋଇଯାଇଛି।ହେଲେ ମଧ୍ୟ ଗାଡିଟିର ବୀମା ନଥାଇ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ କିପରି ଭାବରେ ଗାଡିଟିକୁ ଵ୍ୟଵହୃତ କରୁଛନ୍ତି ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

related posts

Leave a Comment