Home Breaking News / ତାଜା ଖବର ସଙ୍ଗରୋଧରେ ଥିବା ସଂକ୍ରମିତଙ୍କ ଘର ପରିଦର୍ଶନରେ ବିଡ଼ିଓ

ସଙ୍ଗରୋଧରେ ଥିବା ସଂକ୍ରମିତଙ୍କ ଘର ପରିଦର୍ଶନରେ ବିଡ଼ିଓ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କରୋନା ମହାମାରୀ ସଂକ୍ରମଣରେ ଲୋକେ ଆକ୍ରାନ୍ତ ହୋଇ ଅସ୍ଥାୟୀ କୋଭିଡ୍ ମେଡିକାଲ୍ ରେ ରହୁଥିବା ବେଳେ ଆଉ କିଛି ଲୋକେ ନିଜ ଘରେ ସଙ୍ଗରୋଧରେ ରହୁଛନ୍ତି। ଯେଉଁ ମାନଙ୍କ ଘରେ ରହିବ ପାଇଁ ସୁବିଧା ହେଉଛି ସେମାନଙ୍କୁ ହିଁ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଉଛି ଆକ୍ରାନ୍ତଙ୍କୁ।ଏବଂ ଅନ୍ୟ ମାନଙ୍କୁ କୋଭିଡ୍ କେୟାର ହସ୍ପିଟାଲରେ ରହିବାପାଇଁ ବନ୍ଦୋବସ୍ତ କରାଯାଉଛି। ସେଠାରେ ସେମାନଙ୍କ ପାଇଁ ସୁବନ୍ଦୋବସ୍ତ କରା ଯାଇଛି।ଏବଂ କୋଭିଡ୍ ମେଡିକାଲ୍ ରେ କୋଭିଡ୍ ସମ୍ପର୍କିତ ସୁଚନା ପାଇଁ ଏକ ହେଲ୍ପ ଲାଇନ୍ ଫୋନ୍ ନମ୍ବର ୮୮୯୫୩୪୬୪୪୦ ନମ୍ବର ଜାରି କରିଛି ପ୍ରଶାସନ।ଏହି ଠାରୁ କେୟାର ସେଣ୍ଟର ଗୁଡିକରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କ ସୁବିଧା ପାଇଁ ଏବଂ ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତି ଙ୍କ ସହ ଯୋଗାଯୋଗ କରିବା ପାଇଁ ସ୍ବତନ୍ତ୍ର ଭାବରେ ଏହି ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଏହାର ସ୍ଥିତି ପରିଖିବା ପାଇଁ ସମସ୍ତ ସଙ୍ଗରୋଧରେ ଥିବା ଆକ୍ରାନ୍ତ ଲୋକମାନଙ୍କୁ ଆଶ୍ଵାସନା ଦେବାପାଇଁ ରାଇକିଆ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆଙ୍କ ସହ ଅନ୍ୟ କର୍ମଚାରୀ ଆକ୍ରାନ୍ତଙ୍କ ଘର ପରିଦର୍ଶନରେ ଯାଉଛନ୍ତି ଏବଂ କୋଭିଡ୍ ମେଡିକାଲ୍ ରୁ ଦାୟିତ୍ଵ ରେ ଥିବା କର୍ମଚାରୀ ଦ୍ବାର ଫୋନ୍ ଆସୁଛି ନା ନାହିଁ ତାହା ସେହି ବ୍ୟକ୍ତିଙ୍କ ଠାରୁ ବୁଝାଯାଉଛି।କୋଭିଡ୍ ନିୟମକୁ ମାନି ଚଳିବା ପାଇଁ କୁହାଯାଇଛି।

related posts

Leave a Comment