Home Breaking News / ତାଜା ଖବର ନିରାଶ୍ରୟ ଓ ଅସହାୟଙ୍କୁ ସୋରଡା ବିଧାୟକଙ୍କ ସହାୟତା ପ୍ରଦାନ

ନିରାଶ୍ରୟ ଓ ଅସହାୟଙ୍କୁ ସୋରଡା ବିଧାୟକଙ୍କ ସହାୟତା ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ ସୁବୁଦ୍ଧି): କରୋନା ଲକ୍ ଡାଉନ୍ ବେଳେ ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଥିବା ବେଳେ ବେଲଗୁଣ୍ଠା ସହରରେ ଆଜି ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ନିରାଶ୍ରୟ ତଥା ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ।ଆଜି ସକାଳ ୧୧.୩୦ ମି ସମୟରେ ବିଧାୟକ ଶ୍ରୀ ସ୍ୱାଇଁ ବେଲଗୁଣ୍ଠାରେ ପହଞ୍ଚି ନୃସିଂହ ମନ୍ଦିର ନିକଟରେ ବସିଥିବା କିଛି ଅସହାୟ, ନିରାଶ୍ରୟ ଓ ଗରିବ ଶ୍ରେଣୀର ଲୋକଙ୍କୁ ରନ୍ଧା ଖାଦ୍ୟ, ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ ।ଏଥି ସହିତ ସାମାଜିକ ଦୁରତ୍ୱ ରକ୍ଷା କରିବା,ବାରମ୍ବାର ହାତ ଧୋଇବା, ସହରରେ ଅଯଥା ଗହଳି ନ କରିବା,ମାସ୍କ ପିନ୍ଧିବା ନେଇ ସଚେତନ କରାଇଥିଲେ ।ଏଥିରେ ବିଧାୟକ ଶ୍ରୀ ସ୍ୱାଇଁଙ୍କ ସହିତ ପୁର୍ବତନ ନଗରପାଳ ଚନ୍ଦମଣି ସାମଲ,ଡାକ୍ତର ପୁର୍ଣ୍ଣଚନ୍ଦ୍ର ମହାପାତ୍ର,ସନ୍ତୋଷ ସୁବୁଦ୍ଧି,ଯୁବ ସଂଗଠକ ଦିବ୍ୟ ରଞ୍ଜନ ଦାସ,ଶିବ ପ୍ରସାଦ ମହାପାତ୍ର,ସୁରେଶ ସୁବୁଦ୍ଧି
ପ୍ରକାଶଚନ୍ଦ୍ର ସାହୁ,ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment