Home Breaking News / ତାଜା ଖବର ଡଙ୍ଗରିଆରେ କରୋନା ଟୀକା ନେବାକୁ ମନା କଲେ: କହିଲେ ମହାପୁରୁ ରାଗିବେ

ଡଙ୍ଗରିଆରେ କରୋନା ଟୀକା ନେବାକୁ ମନା କଲେ: କହିଲେ ମହାପୁରୁ ରାଗିବେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ନିୟମଗିରିରେ ବସବାସ କରୁଥିବା ଆଦିମ ଅଧିବାସୀ ଡଙ୍ଗରିଆ କନ୍ଧ ଆଜି ପ୍ରଶାସନକୁ ସଫା ସଫା ମନା କରିଦେଇଛନ୍ତି ଯେ ସେମାନେ କୌଣସି ପରିସ୍ଥିତିରେ ଟୀକା ନେବେ ନାହିଁ। ଗତ କିଛି ଦିନ ତଳେ ପ୍ରଶାସନ ପାରସଲି ଓ ସୁନଖଣ୍ଡି ର ଡଙ୍ଗରିଆ କନ୍ଧ ବସବାସ କରୁଥିବା ଦୁଇଟି ପଞ୍ଚାୟତକୁ ଯାଇ ସ୍ୱାବ ଟେଷ୍ଟ ପାଇଁ ବୁଝାଇ ଥିଲେ, ପ୍ରଥମେ ମାନ କରିଥିଲେ ସତ କିନ୍ତୁ ପ୍ରଶାସନ ବୁଝାଇ ମାନଇବାରେ ସଫଳ ହୋଇଥିଲା। ତା ପରେ ସ୍ୱାବ ପରୀକ୍ଷା ପାଇଁ ରଜି ହୋଇ ଥିଲେ ଶତାଧିକ ଲୋକ ଙ୍କ ନମୁନା ସଂଗ୍ରହ କରାଯାଇଥିଲା ତନ୍ମଧ୍ୟରୁ 53 ଜଣଙ୍କର ପୋଜେଟିଭି ରିପୋର୍ଟ ଆସିଥିଲା ଯାହା କି ଚିନ୍ତା ଜନକ ଅଟେ। ନିଅଁମଗିରିର ଆରପର୍ଶ୍ୱରେ ଥିବା ସକଟା ଗ୍ରାମର ଡଙ୍ଗରିଆ କନ୍ଧ ମାନେ ଟୀକା ନେଇଥିବା ଜଣାପଡିଛି ଏହା ପ୍ରଶାସନ ତଥା ସାଧରଣଙ୍କ ପାଇଁ ଅଶ୍ବସ୍ଥି କର କଥା ଅଟେ। ପ୍ରକାଶ ଥାଉକି ପ୍ରଶାସନର ଏକ ପ୍ରତିନିଧି ଦଳ ପି ଏ ଆଇ ଟି ଡି ଏ ଟୁକୁ ବାରିକ, ବିଡ଼ିଓ କାଳୁ ଚରଣ ନାୟକ,ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ,ବି ପି ଏମ ଡଙ୍ଗରିଆ କନ୍ଧ ଉନାୟନ ସଂସ୍ଥା ର ଅଧିକାରୀ ମୋହନ ଚନ୍ଦ୍ର ଦଲବେହେରା ଡାକ୍ତର ଚିନ୍ମୟ ଲିମା ଓ ବ୍ଲକ ର ଅନ୍ୟ କର୍ମଚାରୀ ମାନେ କଲ୍ୟାଣସିଙ୍ଘପୁର ବ୍ଲକର ସୁନଖଣ୍ଡି ଓ ପାରସାଲି ପଂଚାୟତର ପାରସଲି, ଗୁମା, ଦେଙ୍ଗସିଲି, ଲମ୍ବା, ପଟଲମ୍ବା, ଟେଭାପଡା, କଡ୍ରକା ବଣ୍ଡେଲି ଯାଇ ବହୁ କଷ୍ଟରେ ବୁଝାଇ ସ୍ୱାବ ଟେଷ୍ଟ ପାଇଁ ରାଜି କରେଇ ସ୍ୱାବ ଗ୍ରହଣ କରାଯାଇଛି। କିନ୍ତୁ ଏବେ କୌଣସି ପରିସ୍ଥିତିରେ ଟୀକା ନ ନେବାପାଇଁ ଜିଦରେ ଅଡିବସିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଇଛି । ଆରମ୍ଭରୁ ସରକାରଙ୍କୁ ବିଫଳତା ହାତକୁ ଲାଗିଥିବା ସରକାରୀ ବାବୁ ମାନେ କେଉଁ ଉପାୟରେ ମାନଇବା ପାଇଁ ଯୋଜନା କରୁଛନ୍ତି ତାହା ବେଖିବାକୁ ବାକି ରହିଲା। ଏନେଇ ସ୍ଥାନୀୟ ବାସିନ୍ଦାହୁଈକା ପାଲୁ, ପାଇକ ସିକକା, ଦୁଦା ହୁଈକା, ବୁଡା ହୁଈକା ପ୍ରମୁଖ କହିଛନ୍ତିକି ପୂର୍ବ ପୁରୁଷରୁ ଆମେ ଜଙ୍ଗଲ ଔଷଧ ସେବନ କରିଆସୁଛୁ କେବେ କିଛି ହେଇନି ତେଣୁ ଆମକୁ କିଛି ହେଲେ ନିୟମଗିରି ମହାପୁରୁ ଅଛନ୍ତି ଯାହା ହେଲେ ତାକୁ ପୂଜା କଲେ ସବୁ ସୁବିଧା ହେବ ତେଣୁ ଆମେ କୌଣସି ଔଷଧ ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି। ଏହି ଅନ୍ଧ ବିଶ୍ୱାସ କୁ କିପରି ହଟାଇ ଟୀକାକରଣ କରାଯିବ ଏଥିପାଇଁ ସ୍ଥାନୀୟ ସହଯୋଗ କରିଲେ ପ୍ରଶାସନ ସଫଳ ହେବା ସହ ଦଙ୍ଗାରିଆଙ୍କ ଉପରେ ବହୁତ ବଡ଼ ବିପଦ କୁ ରୋକିବାରେ ସଫଳ ହେଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମତ।

related posts

Leave a Comment