Home Breaking News / ତାଜା ଖବର ଦୀଘାରେ ଅଶାନ୍ତ ହେଲାଣି ସମୁଦ୍ର, କୂଳରେ ମାଡ ହେଉଛି ଉଚ୍ଚା ଉଚ୍ଚା ଲହଡି

ଦୀଘାରେ ଅଶାନ୍ତ ହେଲାଣି ସମୁଦ୍ର, କୂଳରେ ମାଡ ହେଉଛି ଉଚ୍ଚା ଉଚ୍ଚା ଲହଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅତି ଭୀଷଣ ବାତ୍ୟାର ରୂପ ନେଇ ସାରିବା ପରେ ଓଡିଶା ଉପକୂଳ ଆଡକୁ ମୁହାଁଉଛି । ଆସନ୍ତାକାଲି ଭୋର ସମୟରୁ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଗତ ୬ ଘଂଟା ଧରି ବାତ୍ୟା ଘଂଟା ପ୍ରତି ୧୬ କିମି ବେଗରେ ଗତି କରୁଛି । ଏହାକୁ ନେଇ ଓଡିଶା ସହିତ ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଭୀଷଣ ଅଶାନ୍ତ ହେଲାଣି । ସମୁଦ୍ର ଭିତରେ ବାତ୍ୟା ୟାସ୍ ବଳ ଗୋଟାଉଥିବା ବେଳେ ରାଜ୍ୟର ଉପକୂଳ ବର୍ତି ଅଂଚଳ ଗୁଡିକର ଅନେକ ସ୍ଥାନରେ ସମୁଦ୍ର ଜୁଆର ପଶିବା ଦେଖିବାକୁ ମିଳିଲାଣି । ଦୀଘାରେ ଅତି ଭୀଷଣ ଅଶାନ୍ତ ହେଲାଣି ସମୁଦ୍ର । ସମୟ ବଢିବା ସହିତ ବାତ୍ୟାର ପ୍ରଭାବରେ ପବନର ବେଗ ବଢିବା ସହିତ ଉଚ୍ଚ ଉଚ୍ଚ ଜୁଆର ଉଠିବାରେ ଲାଗିଛି । ଦୀଘାରେ ଉପକୂଳରେ ଲଗାତର ମାଡ ହେଉଛି ଉଚ୍ଚ ଉଚ୍ଚ ଜୁଆର । ବାତ୍ୟା କାରଣରୁ ଦୀଘା ଉପକୂଳରେ ବିପଦ ସଂକେତ ଜାରି ହୋଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଯେପରି କୌଣସି ବ୍ୟକ୍ତି ଦୀଘା ଉପକୂଳକୁ ନଆସନ୍ତି ସେଥିପ୍ରତି ନଜର ରଖିଛି ପୋଲିସ ଏବଂ କୋଷ୍ଟଗାର୍ଡ । ଆସନ୍ତାକାଲି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ୫ରୁ ୬ ଘଂଟା ଧରି ସମୁଦ୍ର ଅଶାନ୍ତ ରହିବା ନେଇ ଆଂଚଳିକା ପାଣିପାଗ ବିଭାଗ ସୂଚନା ଦେଇଥିବାରୁ , ସମୁଦ୍ରରେ କାଲି ମଧ୍ୟ ଏହି ପରି ଭୟଙ୍କର ଜୁଆର ଦେଖିବାକୁ ମିଳିବ । ତେବେ ବାତ୍ୟା ସମୟରେ ବିପଦପୂର୍ଣ୍ଣ ଅବସ୍ଥାରେ କେହି ସମୁଦ୍ରକୂଳିଆ ଅଂଚଳରେ ନରହି ବାତ୍ୟା ଆଶ୍ରୟସ୍ଥଳକୁ ଆସିବାରୁ ରାଜ୍ୟ ସରକାର କହିଛନ୍ତି ।

related posts

Leave a Comment