Home Breaking News / ତାଜା ଖବର ସିଲେରୁ ନଦୀରେ ଡଙ୍ଗାବୁଡି 8 ମୃତ: ୩ ଉଦ୍ଧାର

ସିଲେରୁ ନଦୀରେ ଡଙ୍ଗାବୁଡି 8 ମୃତ: ୩ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢୀ): ଆନ୍ଧ୍ରପ୍ରଦେଶ ଓଡିଶାର ସୀମାନ୍ତ ମାଲକାନଗିରି ଜିଲ୍ଲାର ସିଲେରୁ ନଦୀରେ ଦୁଇଟି ଡଙ୍ଗା ବୁଡ଼ିଯିବା ପରେ ତିନି ମହିଳା ଏବଂ ପାଞ୍ଚ ଶିଶୁଙ୍କ ସମେତ 8 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦ ରେ କାମ କରୁଥିବା ୩୦ରୁ ଅଧିକ ପ୍ରବାସୀ ଶ୍ରମିକ ରାତିରେ ଓଡିଶା ସୀମା ପାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଅଘଟଣ ଘଟିଛ। ତିନି ଜଣ ବ୍ୟକ୍ତି କୂଳରେ ପହଞ୍ଝବାରେ ସଫଳ ହୋଇଛନ୍ତି. “ଗୁନ୍ଥାବେଡା ଗ୍ରାମ ପଞ୍ଚାୟତରୁ ଅନେକ ପିଲାଙ୍କ ସମେତ 30 ରୁ ଅଧିକ ବ୍ୟକ୍ତି ସୋମବାର ସନ୍ଧ୍ୟାରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାକୁ ବସ୍ ଯୋଗେ ଯାତ୍ରା କରିଥିଲେ। ସୀମାରେ ସେମାନେ COVID-19 ପରୀକ୍ଷା ଦେଇ ପାଟ୍ରୋଲିଂ ଦଳ ଦ୍ୱାରା ପଚରାଉଚରା କରିବାରୁ ଭୟଭୀତ ହୋଇ ସେମାନେ ଅନ୍ଧକାରର ସୁଯୋଗ ନେଇ ନିଜ ଗାଁ କାନ୍ଦାଗୁଡାକୁ ଫେରିବାକୁ ଚେଷ୍ଟା କରିଥିଲେ ବୋଲି ଚିତ୍ରକୋଣ୍ଡାର ତହସିଲଦାର କେ ପଦ୍ମନାଭା ଦୋରା କହିଛନ୍ତି।

related posts

Leave a Comment