Home Breaking News / ତାଜା ଖବର ଡପଲର ରାଡାରରେ ବାତ୍ୟା ୟାସର ଆଖି

ଡପଲର ରାଡାରରେ ବାତ୍ୟା ୟାସର ଆଖି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡିଶା ଆଡକୁ ମାଡି ଆସୁଛି ସାମୁଦ୍ରିକ ବାତ୍ୟା ୟାସ୍ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହୋଇଛି । ପାରାଦୀପର ଡପଲର ରାଡାରରେ ସ୍ପଷ୍ଟ ହୋଇଛି ବାତ୍ୟାର ଆଖି । ଡପଲର ରାଡାରରେ ଜଣାପଡିଥିବା ଏହି ଆଖିର ଆକାର ରହିଛି ପ୍ରାୟ ୪୦ କିମି ବ୍ୟାସାର୍ଧ । ଏହି ବାତ୍ୟାର ଆଖି ଯେତେ ବଡ ହେବ ଅଧିକ ଅଂଶରେ ଏହା ଅଧିକ ଅଂଚଳରେ ପ୍ରଭାବ ପଡିବ । ତେବେ ଡପଲର ରାଡାରରେ ଜଣାପଡିଥିବା ଆଖି ପୁରା ଗୋଲାକାର ହୋଇନାହିଁ । ଏହି ଆଖିର ଗତିପଥରୁ ଏହା ସ୍ପଷ୍ଟ ହେଉଛି ବାତ୍ୟା ୟାସ୍ ର ପ୍ରଭାବ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଉପରେ ରହିବ ।

related posts

Leave a Comment