Home Breaking News / ତାଜା ଖବର ନରସିଂହପୁରରେ ବଢିବ କୋଭିଡ ଶଯ୍ୟା

ନରସିଂହପୁରରେ ବଢିବ କୋଭିଡ ଶଯ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ନରସିଂହପୁରରେ ଏବେବି ଘରୋଇ ଆଇସୋଲେସନରେ ଥିବା Active ୩୦୦ରୁ ଉର୍ଦ୍ଧ୍ବ ଅକ୍ରାନ୍ତ ଯାହାଙ୍କ ଭିତରୁ ଅନେକଙ୍କ ସ୍ୱତନ୍ତ୍ର ପକ୍କାଘର Toilet ନାହିଁ |ସେମାନଙ୍କୁ ସମ୍ଭାବ୍ୟ ବାତ୍ୟା ବନ୍ୟା ଦୃଷ୍ଟିରୁ ନିରାପଦ କୋଭିଡ କେୟାର ସେଣ୍ଟର କିମ୍ବା ସ୍ଥାନ ଅଭାବ ଦୃଷ୍ଟି ରୁ କ୍ଲଷ୍ଟର ଟି.ଏମ୍. ସି ରେ ରଖିବାର ଆବଶ୍ୟକତା ରହିଛି । ଏଥିପାଇଁ Rapid Response ଟିମ ସ୍ଥାନୀୟ ଗ୍ରାମବାସୀ, ଅଧିକାରୀ , ଜନ ପ୍ରତିନିଧିଙ୍କ ସହଯୋଗରେ ସ୍ଥାନାନ୍ତରିକରଣ ଆରମ୍ଭ ହୋଇଛି । ବିଧାୟକ ଦେବି ମିଶ୍ର,ନରସିଂହପୁର କଲେଜ କ୍ଲଷ୍ଟର ଟି.ଏମ.ସି କୁ ଆସି ପହଞ୍ଚୁ ଥିବା ବନ୍ଧହୁଡାର ସଂକ୍ରମିତ ଗ୍ରାମବାସୀ ଙ୍କୁ ଭେଟିଥିଲେ । ଗର୍ଭବତୀ ଅକ୍ରାନ୍ତଙ୍କ ଗର୍ଭରେ ଥିବା ଶିଶୁର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜଣେଇବା ପରେ ବିଧାୟକ ମିଶ୍ର,ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବର୍ତ୍ତମାନ କୋଭିଡ କେୟାର ସେଣ୍ଟରକୁ ପଠାଇବାକୁ କହିଥିଲେ । ସେଥିମଧ୍ୟରୁ ଜିଲିଣ୍ଡା ଅଞ୍ଚଳର ୩୦ ଜଣ ଓ ବନ୍ଧହୁଡା ର ୪୦ ଜଣ ଆସିଥିଲେ |
ନରସିଂହପୁର କୋଭିଡ କେୟାର ସେଣ୍ଟର ୧୦୦ ଶଯ୍ୟା ବିଶିଷ୍ଟ ଥିବା ବେଳେ ୧୦୨ ଅକ୍ରାନ୍ତ ଆଜି ରହିଛନ୍ତି| ତେଣୁ ଜାଗା ନଥିବା ହେତୁ ବଡ଼ମ୍ବା କୋଭିଡ କେୟାର ସେଣ୍ଟରକୁ ୪୦ ଜଣ ଅକ୍ରାନ୍ତଙ୍କୁ ପଠେଇବାର ବନ୍ଦୋବସ୍ତ କରାଯାଇଥିଲା । ଆଉ ୧୦୦ ଶଯ୍ୟା ଅଧିକ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ସଂସ୍ଥାରେ ବଢାଇବା ପାଇଁ ମଞ୍ଜୁରୀ ଦିଆଯାଇଛି । ତାର ଆବଶ୍ୟକୀୟ ଭିତ୍ତିଭୂମି ତଦାରଖ କରିଥିଲେ ବିଧାୟକ ମିଶ୍ର |ଶଯ୍ୟା, ଅକ୍ୱାଗାର୍ଡ , ବିଦ୍ୟୁତ, ପାନୀୟ ଜଳ ସଂଯୋଗ ସମ୍ପନ୍ନ ହୋଇଥିବା ବେଳେ ଅଧିକ Toilet ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି । ତେଣୁ କୋଭିଡ ଅକ୍ରାନ୍ତ ସମ୍ପ୍ରସାରିତ ସ୍ଥାନରେ 27ତାରିଖ ଠାରୁ ରହିପାରିବେ । ୪ ଜଣ ପାରାମେଡିକୋ ଆଜି ସମ୍ପ୍ରସାରିତ ସେଣ୍ଟର ପାଇଁ ପହଞ୍ଚିଛନ୍ତି |ଏହାର ପୂର୍ଣ୍ଣ ଆବଶ୍ୟକତା ପୂରଣ ପାଇଁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ବଡମ୍ବା ବିଧାୟକ ଦେବି ପ୍ରସାଦ ମିଶ୍ର |

related posts

Leave a Comment