Home Breaking News / ତାଜା ଖବର ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ୟାସ୍‌: ଏସଆରସି

ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ୟାସ୍‌: ଏସଆରସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅତି ଭୀଷଣ ବାତ୍ୟାର ରୂପ ଧାରଣ କରି ଓଡିଶା ଉପକୂଳ ଆଡକୁ ମାଡି ଆସୁଛି । ଏହି ବାତ୍ୟାର ଗତିପଥ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଏସଆରସିଙ୍କ ଅଫିସରୁ ଏହା ଉପରେ ନଜର ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏହି ବାତ୍ୟାର ଗତିପଥ ଉପରେ ଟିକନିଖ୍ ନଜର ରଖିଛି । ବାତ୍ୟା ସ୍ଥିତି ନେଇ ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ଏସଆରସି ସୂଚନା ଦେଇ କହିଛନ୍ତି ବାତ୍ୟା ବିଶେଷ କରି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ମଧ୍ୟରେ ମାଡ ହେବ । ପବନର ବେଗ ଅଧିକ ସହିତ ପ୍ରବଳ ବର୍ଷା ସଂଭାବନା ଥିବାରୁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟା ୟାସକୁ ନେଇ ଏସଆରସିଙ୍କ ସୂଚନା

  • ବାସୁଦେବପୁରରୁ ବାହାନଗା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା
  • ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୪୦ରୁ ୧୫୫ କିମି ରହିବ
  • ଘଂଟା ପ୍ରତି ପବନର ବେଗ ସର୍ବାଧିକ ୧୮୦କିମିକୁ ଛୁଇଁପାରେ
  • ବୁଧବାର ଭୋର ୪ଟାରୁ ସକାଳ ୮ଟା ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା
  • ବାତ୍ୟାର ପ୍ରଭାବିତ ଜୋନରେ ଅଛି ୭୭ଟି ବ୍ଲକ
  • ବାତ୍ୟା ପ୍ରଭାବରୁ ୪ ମିଟର ଉଚ୍ଚରେ ଉଠିପାରେ ଜୁଆର
  • ରାତି ୯ଟା ପରେ ବଢିବ ପବନର ବେଗ
  • ଅଢେଇ ଲକ୍ଷ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର
  • ବାତ୍ୟା ସମୟରେ ଅମାନିଆ ହୋଇ ସେଲଫି ନଉଠାଇବାକୁ ପରାମର୍ଶ

related posts

Leave a Comment