Home Breaking News / ତାଜା ଖବର ବିନିକା ରାଜସ୍ୱ ରଥ ଶୁଭାରମ୍ଭ

ବିନିକା ରାଜସ୍ୱ ରଥ ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ଆଜି ବିନିକା ତହସିଲ ପକ୍ଷରୁ ଆୟୋଜିତ ରାଜସ୍ବ ରଥକୁ ସୁବର୍ଣ୍ଣପୁର ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହି ରାଜସ୍ୱରଥ କରୋନା ପରିସ୍ଥିତି ସମୟରେ ଜିଲ୍ଲାର ଗ୍ରାମଗୁଡିକୁ ଯାଇ ଲୋକଙ୍କୁ ଘରପାଖରେ ରାଜସ୍ୱ ସମ୍ୱନ୍ଧୀୟ ସୁବିଧା ଯୋଗାଇବ. ଯଦ୍ୱାରା ଲୋକଙ୍କୁ ଆଉ ଅଯଥାରେ ଅଫିସକୁ ଆସିବାକୁ ପଡିବନାହିଁ.ତହସିଲ ପକ୍ଷରୁ ଆଜି ପ୍ରଥମ ଦିନରେ ସିଙ୍ଘିଯୁଵା ହିତାଧିକାରୀମାନଙ୍କୁ ୧୧ ଜଣ ଙ୍କୁ ଘରଡିହ ପଟ୍ଟା ବଣ୍ଟନ କରି ଥି‌ଲେ ଉପଜିଲ୍ଲାପାଲ ଶ୍ରୀ କହଁର ା| ଆଜିର ଏହି କାର୍ଯ୍ୟକ୍ରମରେ ତହସିଲଦାର ଅଲେଖ ଘୁଟା ଙ୍କ ସୁପରଭାଇଜର ନିଲମଣୀ କୁଅଁର ସହିତ ତହସିଲ କାର୍ଯ୍ୟାଳୟର ଓ ସିଙ୍ଘିଯୁଵା ଆରଆଇ ସରକ୍କଲ ର ସମସ୍ତ କର୍ମଚାରୀ ଉପସ୍ଥିତରହି ସହଯୋଗ କରିଥିଲେ | ଆଗାମୀ ଦିନରେ ଏହିରଥ ପର୍ଯ୍ୟାୟକ୍ରମେ ତହସିଲର ପ୍ରତ୍ୟେକ ଗାଁ ବୁଲିବା ସହ ଲୋକଙ୍କୁ ରାଜସ୍ୱ ସମ୍ୱନ୍ଧୀୟ ସେବା ଯୋଗାଇବ ବୋଲି ଉପଜିଲ୍ଲାପାଳ ଶ୍ରୀ କହଁର ପ୍ରକାଶ କରିଛନ୍ତି |

related posts

Leave a Comment