Home Breaking News / ତାଜା ଖବର ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ଯାଞ୍ଚ: ରାଇକିଆରୁ ୨ ଜଣ,କନ୍ଧମାଳରେ ୧୦୩ ପଜିଟିଭ୍

ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ଯାଞ୍ଚ: ରାଇକିଆରୁ ୨ ଜଣ,କନ୍ଧମାଳରେ ୧୦୩ ପଜିଟିଭ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସପ୍ତାହନ୍ତ ଶନି-ରବି ସଟ୍ ଡାଉନ୍ ବଳବତ୍ତର ରହିଥିବା ବେଳେ ସୋମବାର ରାଇକିଆ ବଜାର ଗହଳି ଚହଳି ହୋଇଥିଲା।ସକାଳ ୭ ରୁ ୧୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବଜାର ଖୋଲା ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ପ୍ରଶାସନ ପକ୍ଷରୁ।ସୋମବାର ସକାଳୁ ଲୋକେ ଗାଡ଼ି ମଟର ଧରି ବଜାରକୁ ଆସୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି।କୋଭିଡ୍ ନିୟମ ଅନୁଯାୟୀ ମାର୍କେଟକୁ ଚାଲି ଚାଲି ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କୁହାଯାଇଛି। କିନ୍ତୁ କିଛି ଅମାନିଆ ଲୋକ ଗାଡ଼ି ଧରି ଆସୁଥିବା ଦେଖି ପୋଲିସ ପକ୍ଷରୁ ଯାଞ୍ଚ କରି ଜୋରିମାନା ଆଦାୟ କରାଯାବା ସହ ତାଗିଦ୍ ମଧ୍ୟ କରାଯାଇଛି। ବ୍ଲକ୍ ବିଡ଼ିଓ,ତହସିଲଦାର ଏବଂ ପୋଲିସ ପକ୍ଷରୁ ବ୍ୟାପକ ତନାଘନା କରାଯାଇଛି। ଆଜି ଜିଲ୍ଲାରେ ୧୦୩ ଜଣଙ୍କୁ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଇକିଆ ବ୍ଲକ୍ ରୁ ଦୁଇ ଜଣ ସଂକ୍ରମଣ ବାସନ୍ତୀ ପଲ୍ଲୀ ସାହିରୁ ହୋଇଥିବା ଜଣାପଡିଛି।ସମୋବାର ୧୦୩ ଜଣ ପଜିଟିଭ୍ କୁ ମିଶେଇ ଜିଲ୍ଲାରେ ସମୁଦାୟ ସଂକ୍ରମଣ ୮୫୩୧ ଜଣେ ଏବଂ ସୁସ୍ଥ ହୋଇଛନ୍ତି ୭୫୫୮ ଜଣ ଓ ୯୩୫ ଜଣ ଆକ୍ରାନ୍ତ ଙ୍କ ଚିକିତ୍ସା ଜାରି ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୁଚନା ଦିଆଯାଇଛି।ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତା ସହ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

related posts

Leave a Comment