Home Breaking News / ତାଜା ଖବର ପ୍ରବାସୀ ଶ୍ରମିକମାନଙ୍କର କଷ୍ଟ ଦେଶ ବିଭାଜନ ଠାରୁ ବଳି ଗଲାଣି

ପ୍ରବାସୀ ଶ୍ରମିକମାନଙ୍କର କଷ୍ଟ ଦେଶ ବିଭାଜନ ଠାରୁ ବଳି ଗଲାଣି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର(ଶ୍ରୀନିବାସ ପଟ୍ଟନାୟକ): ପ୍ରବାସୀ ଶ୍ରମିକମାନଙ୍କର କଷ୍ଟ ଦେଶ ବିଭାଜନ ଠାରୁ ବଳି ଗଲାଣି ବୋଲି ଶୁଣିଥିଲୁ. . ଆଜି ପ୍ରତ୍ୟକ୍ଷରେ ଦେଖିବାକୁ ପାଇଲୁ. . . ବାପା ମା ଓ ପୁଅ କୋଉ ସୁଦୂର ଆନ୍ଧ୍ର ପ୍ରଦେଶରୁ ଦୁଇଟି ଲୁନାରେ ସବୁ ଜିନିଷପତ୍ର ଲଦି ଶହ ଶହ କିଲୋମିଟର ଦୂର ବିହାରକୁ ବାହାରିଛନ୍ତି. . ଗୋଟିଏ ଲୁନା ପୁଣି ଖରାପ. . ତାକୁ ରସିରେ ଆଉ ଗୋଟିଏ ଗାଡିରେ ବାନ୍ଧି ଏମାନେ ବାହାରିଛନ୍ତି ଘରକୁ. . . ପାଣି ବୋତଲେ ଦେବାରୁ ଆତୃଷରେ ପିଇଗଲେ. . କିଛି ଶୁଖିଲା ଖାଦ୍ୟ ଓ କିଛି ଆର୍ଥିକ ସାହାଯ୍ୟ ଦେଇ ସେମାନଙ୍କୁ ବିଦା କଲୁ. . . କିନ୍ତୁ ମନରେ ଆସୁଥିଲା କି ସଂଘର୍ଷମୟ ଆମ ଭାରତୀୟଙ୍କ ଜୀବନ. . ଏମାନେ ଘରକୁ ପହଞ୍ଚି ପାରିବେ ତ! ! ପହଞ୍ଚି ଗଲେ ବି କରିବେ କଣ? ଭୋକ ଦାଉରେ ଭିଟାମାଟି ଛାଡିଥିଲେ. . ଏବେ ପୁଣି ସେଇ ଭିଟାମାଟି ରେ ପହଞ୍ଚି କରିବେ କଣ ? ଏମାନଙ୍କ ଭଳି ଲକ୍ଷ ଲକ୍ଷ ଶ୍ରମିକ ନିଜ ଘର ଅଭିମୁଖେ. . କାରଖାନା ଗୁଡିକ ଖୋଲିଲେ ବି କାମ କରିବାକୁ ଆଉ ଶ୍ରମିକ ନଥିବେ. . .ଉତ୍ପାଦନ ହୋଇ ନପାରି କିମ୍ବା କମ୍ ଉତ୍ପାଦନ ହୋଇ ସବୁ ଜିନିଷର ଦାମ୍ ଆକାଶଛୁଆଁ ବଢିଯିବ. . ଏକ ବିରାଟ ଦୁଃସମୟ ଆସିବାକୁ ଆଉ ଡେରି ନାହିଁ.

related posts

Leave a Comment