Home Breaking News / ତାଜା ଖବର ନାମକୁ ମାତ୍ର ଅନଲାଇନ ମଦ କିନ୍ତୁ ଅଫ ଲାଇନରେ ସବୁ ମିଳୁଛି

ନାମକୁ ମାତ୍ର ଅନଲାଇନ ମଦ କିନ୍ତୁ ଅଫ ଲାଇନରେ ସବୁ ମିଳୁଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ପ୍ରଶାସନ ଓ ଅବକାରୀ ବିଭାଗର ପରିବା ପଣିଆ ଏବେ ଜଣାପଡିଛି। ନାମକୁ ମାତ୍ରଅନ ଲାଇନ ରେ ଅର୍ଡର ଦେଇଥିବା ଗ୍ରାହକଙ୍କୁ ତାଙ୍କ ଘରେ ଆବଶ୍ୟକ ମଦ ପହଞ୍ଚାଇବା ପାଇଁ ସରକାର ଗାଇଡ଼ ଲାଇନ ଜାରି କରିଥିବା ବେଳେ ତାହାର ଖୋଲା ଖୋଲି ଉଲଂଘନ ହେଉଛି । ଏପରିକି ନାମକୁ ମାତ୍ର ନିୟମ ଅଫ ଲାଇନରେ ଯାହା ମଦ ଚାହିଁବ ତାହା ମିଳୁଛି। ସରକାର ଅତି ଆବଶ୍ୟକ ଉପରେ କଟକଣାକୁ କୋହଳ କରିଛନ୍ତି କିନ୍ତୁ ସମାଜର କ୍ଷତି ସାଧନ କରୁଥିବା ବିଦେଶୀ ମଦକୁ କାହିଁକି ଖୋଲ ଖୋଲି ବିକ୍ରି କରୁଛନ୍ତି ତାହା ଅବକାରୀ ବିଭାଗର ଅପାରଗତକୁ ଦର୍ଶାଉଛି। ଜନ ସାଧରଣଙ୍କ ପ୍ରଶ୍ନ ଏହିକିଯେ ଡାଲି ଚିନି ଦୋକାନ କପଡ଼ା ଦୋକାନ ଅତି ଆବଶ୍ୟକ ଥିବା ଦୋକାନ ଗୁଡିକ ଯଦି ଟିକେ ସାମାନ୍ୟ ଡେରି ହେଇଗଲେ କଡା ଆଭିମୁଖ୍ୟ ଗ୍ରହଣ କଲାବେଳେ ଅବାଧ ଭାବେ ବିଚ ବଜାର ଉପରେ ଆବଶ୍ୟକ ଠାରୁ ଅଧିକ ଦରରେ ବିକ୍ରି କରି ଜନ ସାଧରଣଙ୍କୁ ଶୋଷଣ କରୁଥୁଲେ ତା ଉପରେ କାହିଁକି ଚଢ଼ାଉ କରାଯାଇନି ଏହାର କାରଣ କଣ ଜାଣିବାକୁ ଚାହିଁଛନ୍ତି। ଅବକାରୀ ଓ ପୋଲିସ ବିଭାଗ କାହିଁକି ଚୁପ ବସିଛି ତାହା ତଦନ୍ତ ସାପେକ୍ଷ ଅଟେ। ଯଦି ଜଣେଲୋକ କୌଣସି ଆବଶ୍ୟକତା ପାଇଁ ଅଥବା ଭୁଲ ବଶତଃ ମାସ୍କ କିମ୍ବା ବିନା ହେଲିମେଣ୍ଟରେ ଚାଲି ଆସେ ତାହେଲେ ସେମାନେ ଗହୀରତ ଅପରାଧ କରିଛନ୍ତି କିନ୍ତୁ ଅସାମାଜିକ ବଢ଼ାଉଥୁବା ଲୋକଙ୍କୁ ସତଖୁଣ ମାଫ ଭଳି ବ୍ୟବହାର ମିଳୁଛି। ଯଦି ଏହାର ସତ୍ୟା ସତ୍ୟ ଜାଣିବାକୁ ହୁଏ ତାହେଲେ ଦୋକାନ ସିଲ ସମୟର ଷ୍ଟକ ରେଜିଷ୍ଟ୍ରର ଓ ମଧ୍ୟ ବର୍ତୀ ସମୟର ଷ୍ଟକ ଯାଂଚ କଲେ ଅସଲକଥା ବାହାରକୁ ଆସିବ ବୋଲି ବୁଦ୍ଧିଜୀବି କହିଛନ୍ତି।

related posts

Leave a Comment