Home Breaking News / ତାଜା ଖବର ବାତ୍ୟା ୟାସ୍ ମୁକାବିଲା , ୫ ଆଇଏଏସଙ୍କୁ ୫ ଜିଲ୍ଲା ଦାୟିତ୍ୱ

ବାତ୍ୟା ୟାସ୍ ମୁକାବିଲା , ୫ ଆଇଏଏସଙ୍କୁ ୫ ଜିଲ୍ଲା ଦାୟିତ୍ୱ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତା ୨୬ ତାରିଖରେ ରାଜ୍ୟର ପାରାଦୀପକୁ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ବାତ୍ୟା ୟାସ୍ । ଏହାର ପ୍ରଭାବ ରାଜ୍ୟର ୫ ଜିଲ୍ଲା ଉପରେ ଅଧିକ ପଡିବ ବୋଲି ଆଂଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ନଜରରେ ରଖି ବାତ୍ୟା ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାର ବାତ୍ୟା ମୁକାବିଲା ସ୍ଥିତି ଦେଖିବାକୁ ୫ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି ।
-କେନ୍ଦ୍ରାପଡା- ହେମନ୍ତ ଶର୍ମା
-ଜଗତସିଂହପୁର-ଶାଶ୍ୱତ ମିଶ୍ର
-ବାଲେଶ୍ୱର-ବିଶାଲ ଦେବ
-ଭଦ୍ରକ-ଭିଭି ଯାଦବ
-ମୟୂରଭଂଜ-ସୁରେଶ ବଶିଷ୍ଠ
ସାମୁଦ୍ରିକ ବାତ୍ୟା ୟାସ୍ ଯୋଗୁଁ କିପରି ଏହି ୫ ଜିଲ୍ଲାରେ ବାତ୍ୟା ମୁକାବିଲା ସଠିକ୍ ଭାବେ ପରିଚାଳନା ହୋଇପାରିବ ତାହା ଉପରେ ଅଧିକ ଫୋକସ୍ କରିବେ ଏହି ୫ ବରିଷ୍ଠ ଆଇଏଏସ । ବାତ୍ୟା ମୁକାବିଲା ନେଇ ଏହି ୫ ବରିଷ୍ଠ ଆଇଏଏସଙ୍କୁ ମଧ୍ୟ ସଂପୃକ୍ତ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରିବେ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

related posts

Leave a Comment