Home Breaking News / ତାଜା ଖବର 10 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,ଜଣେ ଗିରଫ

10 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋଦଳା(ନିରଞ୍ଜନ ପାଢୀ): ଗଞ୍ଜାମ ଜିଲ୍ଲା ର କୋଦଳା ଠାରୁ କଞ୍ଚଣା ରାସ୍ତାର ବାଲିପଇ ନିକଟ ରେ ଏକ ଡାଲା ଔଟୋ ରେ ଭର୍ତିଥିବା ଗଞ୍ଜେଇ କୁ କୋଦଳା ପୋଲିସ ଧରିବାରେ ସକ୍ଷମ ହଇଛି l ଅଟୋ ଟି କୋଦଳା ରୁ ଖଲିକୋଟ ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଏସ ଆଇ ଆରତୀ ପରିଡା, ବେଗୁନିଆପଡା
ଏ ଏସ ଆଇ ଶରତଚନ୍ଦ୍ର ମହାପାତ୍ର ଙ୍କ ସମେତ ପୋଲିସ ଟିମ ପ୍ରମୁଖ ସେହି ଅଟୋ କୁ ଜବତ କରିଥିଲେ l ଅଟୋ ରେ ଥିବା ଗଞ୍ଜେଇ ର ପରିମାଣ 240 କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 10 ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣା ପଡିଛି l କୋଦଳା ଥାନା କେଶ ନମ୍ବର 222/2021 ରେ ଏକ ମାମଲା ରୁଜୁ କରାଯାଇଛି ଏହାସହିତ ଅଟୋ ଚାଳକକୁ ଗିରଫ କରାଯାଇଛି l ଘଟଣାସ୍ଥଳ ରେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ତଦନ୍ତ କରିଛନ୍ତି|

related posts

Leave a Comment