Home Breaking News / ତାଜା ଖବର ବଦଳୁଛି ବାତ୍ୟା ଲ୍ୟାଣ୍ଡଫଲ୍ ସ୍ଥାନ, ଚାନ୍ଦବାଲିରୁ ଚାନ୍ଦିପୁର ମଧ୍ୟରେ ଛୁଇଁପାରେ ସ୍ଥଳଭାଗ !

ବଦଳୁଛି ବାତ୍ୟା ଲ୍ୟାଣ୍ଡଫଲ୍ ସ୍ଥାନ, ଚାନ୍ଦବାଲିରୁ ଚାନ୍ଦିପୁର ମଧ୍ୟରେ ଛୁଇଁପାରେ ସ୍ଥଳଭାଗ !

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତିଭୀଷଣ ସାମୁଦ୍ରକି ବାତ୍ୟା ୟାସ୍ ର ଗତିପଥକୁ ନେଇ ସମୟକୁ ସମୟ ଅଧିକ ସୂଚନା ସାମ୍ନାକୁ ଆସୁଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଆଗରୁ ରହିଥିଲା ବାତ୍ୟା ପାରାଦୀପରୁ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ତେବେ ବର୍ତମାନ ବାତ୍ୟାକୁ ନେଇ ଅଧିକ ସୂଚନା ସାମ୍ନାକୁ ଆସୁଛି । ଧୀରେ ଧୀରେ ଏହା ଓଡିଶା ଉପକୂଳ ଆଡକୁ ଅଗ୍ରସର ହେଉଛି । ଘଂଟା ପ୍ରତି ଏହା ୭ କିମି ବେଗରେ ଗତି କରୁଛି । କେଉଁଠାରେ ଏହି ବାତ୍ୟା ମାଡ ହେବ ନିର୍ଦ୍ଦିଷ୍ଟ ସ୍ଥାନ ଏଯାଏଁ ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ । ତେବେ ଆସନ୍ତାକାଲି ରାତିରୁ ଏହା ଅଧିକ ସ୍ପଷ୍ଟ ଚିତ୍ର ଆସିବ ବୋଲି କୁହାଯାଉଛି ।
ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ବିଜ୍ଞାନୀ ଶରତ ସାହୁ ବାତ୍ୟା ୟାସକୁ ନେଇ ନିଜର ଆକଳନ କରିଛନ୍ତି । ତାଙ୍କର କହିବା ମୁତାବକ , ସାମୁଦ୍ରିକ ବାତ୍ୟା ୟାସ୍ ର ସ୍ଥଳଭାଗ ଛୁଇଁବାର ସ୍ଥାନ ସ୍ଥିର କରିବା କଷ୍ଟକର । ଏହାର ମଡେଲ ଘଂଟାକୁ ଘଂଟା ପରିବର୍ତନ ହେଉଛି । ତେଣୁ ଆଗୁଆ ପୂର୍ବାନୁମାନ କରିବା କଷ୍ଟକର । ତେବେ ଏହା ରାଜନଗର ଓ ବାଲିଆପାଳ ମଧ୍ୟ ବର୍ତି ଅଂଚଳରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରିଛନ୍ତି ଶରତ ସାହୁ । ଏହାକୁ ଆଧାର କରି ବାତ୍ୟା ୟାସ୍ ବାଲେଶ୍ୱର କିଂବା ଭଦ୍ରକ ଜିଲ୍ଲାରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହାଯାଉଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଂଟା ପ୍ରତି ୧୨୦ କିମିରୁ ଅଧିକ ରହିବ ବୋଲି ଆକଳନ କରାଯାଉଛି । ବାତ୍ୟା ୟାସର ମୁକାବିଲା କରିବାକୁ ଓଡିଶା ସରକାର ପୁରା ପ୍ରସ୍ତୁତି କରିଛନ୍ତି । ଆସନ୍ତାକାଲି ସୁଦ୍ଧା ସମସ୍ତ ବାତ୍ୟା ପ୍ରଭାବିତ ଜିଲ୍ଲାରେ ସ୍ଥାନାନ୍ତର ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।

related posts

Leave a Comment