Home Breaking News / ତାଜା ଖବର ମାନୁ ନାହାନ୍ତି ଅମାନିଆ: କରୋନା କଟକଣାକୁ ଫୁ କରି ବଜାରରେ ଲାଗିଛି ଲୋକଙ୍କ ଭିଡ

ମାନୁ ନାହାନ୍ତି ଅମାନିଆ: କରୋନା କଟକଣାକୁ ଫୁ କରି ବଜାରରେ ଲାଗିଛି ଲୋକଙ୍କ ଭିଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ରାଜ୍ୟରେ କରୋନା ଏବେ ତାଣ୍ଡବଲୀଳା ରଚୁଥିବା ବେଳେ ଅମାନିଆଙ୍କୁ ବୁଝାଇ ବୁଝାଇ ନାକେଦମ୍ ହେଲାଣି ପ୍ରଶାସନ। ପୋଲିସ ହେଉ କି ପ୍ରଶାସନ, କାହାରି ବୋଲ ମାନୁ ନାହାଁନ୍ତି ଅମାନିଆ। ଏ ଚିତ୍ର ହିଁ ବୟାନ ରେକଡ୍ କରୁଛି ଅମାନିଆ ମାନେ କିଭଳି କଟକଣାକୁ କେତେଯେ ମାନି ଚାଲିଛନ୍ତି। ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବଜାର ର ଇଏ ହେଉଛି ଦୃଶ୍ୟ। ଶନିବାର ଓ ରବିବାର ସଟଡାଉନ୍ ଥିବା ବେଳେ ସୋମବାର ଦେଖିବାକୁ ମିଳିଛି ଏଭଳି ଭିଡ ।ସତେ ଯେମିତି ପୁରା ମାର୍କେଟ କୁ ଉଠାଇନେବା କୁ ଆସିଛନ୍ତି ା କିଛି ଅମାନିଆ ସାମାଜିକ ଦୂରତା କିପରି ରକ୍ଷା ହେଉଛି ତାହା ନ କହିବା ଭଲ । ପିଲା ଠାରୁ ବୁଢା ସମସ୍ତେ ବଜାରରେ ଲଗେଈଛନ୍ତି ଭିଡ । କରୋନା କାଳରେ ବେଶ୍
ଆରାମରେ ପ୍ରଶାସନକୁ ଖାତିରି ନକରି ବୁଲାବୁଲି ବି କରୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି,କାହାରି ମୁହଁରେ ମାକ୍ସ ଅଛି ତ କାହା ମୁହଁ ଖାଲି ରହିଛି। ଆଉ କିଏ ମାସ୍କ୍ ଥୋଡି ତଳକୁ ପିନ୍ଧିଛି । ବେଗୁନିଆପଡ଼ା ବଜାରରେ ଭିଡ କୁ ଦୃଷ୍ଟିରେ ରଖି ହନୁମାନ ବଜାର ତଥା ପରିବା ମାର୍କେଟର ଦୁଇପଟେ ବାଉଁଶ ବାଡ ହୋଇଛି। ତେବେ ବାଡ ଭିତରେ ଗଳି ପଶି ମଧ୍ୟ ସଉଦା କିଣା ଚାଲିଛି ଅମାନିଆ ଲୋକଙ୍କ। ଏପଟେ ସାମ୍ଭାବ୍ୟ ବାତ୍ୟା ଆସୁଥିବା ଖବର ପ୍ରଚାରିତ ହେବା ପରେ ଲୋକେ ଆଗୁଆ ଜିନିଷପତ୍ର ନେଇଯିବାକୁ ଏକ ପ୍ରକାର ପ୍ରତିଯୋଗିତା ଚଲାଇଥିବା ମଧ୍ୟ କୁହାଯାଉଛି।ଯାହାକୁ ନେଇ ଅସାଧୁ ବ୍ଯବସାୟୀ ମାନେ ଅତ୍ଯାବଶ୍ଯକୀୟ ସାମଗ୍ରୀକୁ କଳାବଜାରୀ କରୁଥିବା ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ବେଗୁନିଆପଡ଼ା ବଜାର ବୁଲିବା ସହ ଜନଗହଳିକୁ ରୋକିବା ପାଇଁ ତାଗିଦ୍ କରିଛନ୍ତି। କିନ୍ତୁ ଅମାନିଆ ମାନେ ଆଦୌ ସଚେତନ ହେଉ ନଥିବା ଦେଖିବାକୁ ମିଳିଛି।

related posts

Leave a Comment