Home Breaking News / ତାଜା ଖବର କୋଭିଡ ସଚେତନତା
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ପୂର୍ବରୁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶନାମା ଅନୁସାରେ ୩ମାସ ଯାଏଁ କୋଭିଡ ଓ ଅନ୍ୟାନ୍ୟ ରୋଗ ସମ୍ପର୍କରେ ଚିହ୍ନଟ ଓ ପରିବାର ସ୍ୱାସ୍ଥ୍ୟ ସର୍ଭେଲାନ୍ସକୁ ଆଗେଇ ନେବାକୁ ବଡ଼ମ୍ବା ବ୍ଲକରେ ଥିବା ୨୬ଟି ସବ ସେଣ୍ଟରରେ ମିଳିତ ଭାବେ ଉପସ୍ଥିତ ଥିବା ଏ.ଏନ.ଏମ୍ , ଆଶା , ଅଙ୍ଗନବାଡି କର୍ମୀଙ୍କୁ ମୁଁ ଆହ୍ୱାନ ଦେଇଥିଲି । ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଥମେ ଡାକ୍ତର ଉଦୟ ନାରାୟଣ ଦାଶ ଆଶା ଅଙ୍ଗନବାଡି ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା କୁହାଯାଇଥିବା କୋଭିଡ ଲକ୍ଷଣ , ଡ଼ାଇରିଆ, ମ୍ୟାଲେରିଆ, ଡେଙ୍ଗୁ ଓ ଅଣସଂକ୍ରାମକ ରୋଗ ଯଥା ମଧୁମେହ , ଉଚ୍ଚ ରକ୍ତଚାପ , କ୍ୟାନ୍ସର ତଥା ଟି.ବି ସମ୍ପର୍କରେ କିଭଳି ସର୍ଭେଲାନ୍ସ ଏବେ ଠାରୁ କରାଯିବ ବିସ୍ତାରିତ ଭାବେ ବୁଝେଇଥିଲି ଏବଂ ସମ୍ଭାବ୍ୟ ବାତ୍ୟା ପରେ ଅମ୍ଳଜାନ, ରକ୍ତଚାପ, ମଧୁମେହ ଓ ତାପମାତ୍ରା ଏକ ସ୍ୱତନ୍ତ୍ର ଫର୍ମାଟରେ ଅଧିକନ୍ତୁ ଲିପିବଦ୍ଧ କରିବା ସମ୍ପର୍କରେ ମେଡିକାଲ ଶ୍ରୀ ବିଶ୍ୱନାଥ ଆଦେକ କହିଥିଲେ । ସି.ଡ଼ି.ପି.ଓ ଶ୍ରୀମତୀ ପ୍ରମିଳା ଦେଇ ଅଙ୍ଗନବାଡି , ସ୍ୱାସ୍ଥ୍ୟ କର୍ମୀ ଆଶାଙ୍କ ସମ୍ମିଳିତ ସର୍ଭେ ସମ୍ପର୍କରେ କହିଥିଲେ । ଗାଁ କଲ୍ୟାଣ ସମିତିକୁ ଏଥିରେ ଫଳପ୍ରଦ ଭାବେ ଯୋଡିବାକୁ ମୁଁ କହିଥିଲି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପ୍ରଦତ୍ତ ଅର୍ଥରୁ ଉପକରଣ କିଣା ଯାଇଛି ଓ ଗାଁ କଲ୍ୟାଣ ସମିତି ଜରିଆରେ ହୋଡିଂ ପ୍ରଚାର ପ୍ରସାର କରିବାକୁ ମାଇକ୍ରୋପ୍ଲାନ କରାଯାଇଛି ବୋଲି କୁହାଯାଇଥିଲା । ପ୍ରାୟ ୯୦ ଜଣ ସ୍ୱାସ୍ଥ୍ୟ ଓ ମହିଳା ଅଙ୍ଗନବାଡି କର୍ମୀ ଏଥିରେ ୨୬ଟି ସ୍ଥାନରେ ରହି ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ନାୟକ , ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ , ଜନ ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀ ଶରତ ଖୁଣ୍ଟିଆ , ବିପିଏମ ଶ୍ରୀ ରଶ୍ମି ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

related posts

Leave a Comment