Home Breaking News / ତାଜା ଖବର ସରକାରୀ କଣ୍ଟ୍ରୋଲ ଗହମ ଜବତ: ୨ ଅଟକ

ସରକାରୀ କଣ୍ଟ୍ରୋଲ ଗହମ ଜବତ: ୨ ଅଟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋତ୍ସ୍ନା ରାଣୀ ସିଂହ): ମାହାଙ୍ଗାରେ ନାହାନ୍ତି ଯୋଗାଣ ଅଧିକାରୀ ! କଳାବଜାରୀ ହେଉଛି କଣ୍ଟ୍ରୋଲ ସାମଗ୍ରୀ !
କୋଭିଡ କଟକଣା ସାଙ୍ଗକୁ ସାରା ରାଜ୍ୟରେ ଏବେ ସଟ ଡାଉନ ! ଏହାରି ଭିତରେ ମାହାଙ୍ଗା ବ୍ଲକ ଅଂଚଳରେ କେତେକ ଅସାଧୁ ଡିଲରଙ୍କୁ କଣ୍ଟ୍ରୋଲ ସାମଗ୍ରୀ କଳାବଜାରୀ ପାଇଁ ମିଳିଛି ମଉକା ! ରବିବାର ରାତିରେ ଉମର ପଞ୍ଚାୟତକୁ ଚୌଦ୍ୱାର ଅଂଚଳରୁ ଏକ ପିକଅପ ଭ୍ୟାନ ଆସିବା ଓ ଏହି ଗାଡ଼ିରେ 20 ବସ୍ତା ସରକାରୀ ଗହମ ଚୋରାରେ ଚାଲାଣ ହେବା ବେଳେ ଗ୍ରାମବାସୀ ଧରିଥିଲେ !

ଭଦ୍ରେଶ୍ୱର ଫାଣ୍ଡି ପୋଲିସ ଏହି ପିଡିଏସ ଗହମକୁ ଜବତ କରିଛି ! OD-19- A-6966 ନମ୍ବର ବିଶିଷ୍ଟ ଏହି ପିକଅପ ଭ୍ୟାନ ସହ ଡ୍ରାଇଭର ଏବଂ ଚୋରା ଗହମ ଚାଲାଣରେ ଲିପ୍ତ ଜନୈକ ଯୁବକ ପୋଲିସ କବଜ୍ଜାରେ !
ତେବେ ଏଭଳି ଅସାଧୁ କାରବାର ପଛରେ ଏକ ସ୍ୱତନ୍ତ୍ର ରାକେଟ କାମକରୁଥିବା ଚର୍ଚ୍ଚା ଯୋର ଧରିଛି !
ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ଓ ମାହାଙ୍ଗା ବ୍ଲକରେ ଡିଲର ମାନଙ୍କ ଅସାଧୁ କାରବାର ଉପରୁ ପରଦା ହଟୁ ବୋଲି ଦାବୀ ହେଉଛି !

related posts

Leave a Comment