Home Breaking News / ତାଜା ଖବର ବର୍ଷ ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି କମ୍ୟୁନିଟି ସେଣ୍ଟର୍

ବର୍ଷ ବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି କମ୍ୟୁନିଟି ସେଣ୍ଟର୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସରକାର ଗ୍ରାମମାନଙ୍କର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ଗାଁ ମାନଙ୍କରେ ରାସ୍ତା ,କଲଭର୍ଟ, ଧର୍ମ ମଣ୍ଡପ ,ଗୋଷ୍ଟି କେନ୍ଦ୍ର ମାନ ନିର୍ମାଣ କରୁଛନ୍ତି ।କେତେକ ସ୍ଥାନରେ ଏହି କାର୍ଯ୍ୟ ସବୁ ଉନ୍ନତ ମାନର କରାଯିବା ସହ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ତାହା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ଦେଖିବାକୁ ମିଳିଛି । ।ସରକାରୀ ବାବୁ ମାନଙ୍କର ମନମୁଖୀ କାରବାର, ଅବହେଳା ଓ ଖାମଖିଆଲି, ମନୋଭାବ ଯୋଗୁଁ ଅର୍ଦ୍ଧ ନିର୍ମିତ ପ୍ରକଳ୍ପ ମାନ ସରିବାର ନାଁ ନେଉନି ।
ଫଳରେ ଅର୍ଦ୍ଧନିର୍ମିତ ହୋଇ ପ୍ରକଳ୍ପ ମାନ ରହି ଯାଉଥିବା ଯୋଗୁଁ ଲୋକେ ଏହା ର ସୁଫଳ ପାଉ ନାହିଁନ୍ତି ।
ଏହି ଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ର କେନ୍ଦ୍ରା ସାହି ରୁ । ଏହି ଗାଁ ର ଜନସାଧାରଣ ଧର୍ମ ମଣ୍ଡପ ଟିଏ ନିର୍ମାଣ କରିବା ପାଇଁ ବୋଲି ସରକାର ଙ୍କୁ ଅନୁରୋଧ କରିଥିଲେ ।ଜନସାଧାରଣ ଙ୍କ ଅନୁରୋଧ କ୍ରମେ ୨୦୧୭- ୧୮ ମସିହାରେ ଏମ,ପି ଫଣ୍ଡରୁ ଏକ ଲକ୍ଷ ଟଙ୍କା କେନ୍ଦ୍ରା ସାହି ଠାରେ କମ୍ୟୁନିଟି ସେଣ୍ଟର୍ ନିର୍ମାଣ କରିବା ପାଇଁ ମଞ୍ଜୁର ହୋଇଥିଲା।ସରକାରୀ ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟକୁ କରିବା ପାଇଁ ଗ୍ରାମ୍ୟ କମିଟି ପଞ୍ଚାୟତର ସୁପାରିସ ଦ୍ଵାରା ଗ୍ରାମର ରାଜେଶ୍ କହଁର ନାମକ ଜଣେ ଯୁବକ କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।ରାଜେଶ୍ ଙ୍କ କହିବ।ଅନୁଯାୟୀ କାର୍ଯ୍ୟାଦେଶ ପାଇବା ପରେ ବାଲି ,ପଥର ,ସିମେଣ୍ଟ,ଯୋଗାଡ କରି ଫାଉଣ୍ଡେସନ କାର୍ଯ୍ୟ ଆରମ୍ଭ କରିଦେଲେ । ଫାଉଣ୍ଡେସନ କାର୍ଯ୍ୟ ସମାପ୍ତ ହେବା ପରେ ବିଲ କରିବା ପାଇଁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ କୁ କହିବାରୁ ସେ ଫାଉଣ୍ଡେସନ କୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ବିଲ କଲେ ନାହିଁ ।ତେଣୁ କମ୍ୟୁନିଟି ସେଣ୍ଟର୍ ନିର୍ମାଣ କାର୍ଯ୍ୟ ସେବେଠାରୁ ଅଧାପନୁରିଆ ଅବସ୍ଥାରେ ରହିଛି । ଫାଉଣ୍ଡେସନ ବିଲ ମିଳିନି ଏଯାଏ, ବିଲ ପାଇବାପାଇଁ ଠିକାଦାର ଜଣଙ୍କ ପଞ୍ଚାୟତ କୁ ଯାଇ ସରପଞ୍ଚ ଏବଂ ବ୍ଲକ ବିଡ଼ିଓ ଙ୍କୁ ଯାଇ ବାରମ୍ବାର ଗୁହାରୀ କଲେ ସୁଦ୍ଧା ଠିକାଦାରଙ୍କ ବିଲ ପଇଠ ହୋଇ ନି । ଫଳରେ କମୁନିଟିସେଣ୍ଟର୍ କାର୍ଯ୍ୟ ପଡି ରହିଛି।
ଗାଁ ରେ କୌଣସି ସଭା ସମିତି କିମ୍ବା ଧର୍ମ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ସେମାନଙ୍କୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଛି ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି ।ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହିତ ଅଧାପନ୍ତରିଆ ଅବସ୍ଥାରେ ଥିବା କମ୍ୟୁନିଟି ସେଣ୍ଟର୍ ଘର କାମତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ,ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବୀ କରିଛନ୍ତି।

related posts

Leave a Comment