Home Breaking News / ତାଜା ଖବର କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: -ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ କମିଟିର ସଦସ୍ୟମାନେ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସଙ୍କ ଆଗରେ ନିଜ ଦାବୀ ରଖିଛନ୍ତି । ରାଜ୍ୟ ସରକାର ମଦ ଦୋକାନର ଲାଇସେନ୍ସ ଫି ଛାଡ କରୁଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ଲାଇସେନ୍ସ ଫି ଛାଡ କରିବା ପାଇଁ ଦାବୀ କରିଛନ୍ତି ।ଗତ 21 ତାରିଖରେ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଗତ ଜୁନ 2020ରୁ ଡିସେମ୍ବର 2020 ପର୍ଯ୍ୟନ୍ତ ମଦ ଦୋକାନ ଗୁଡିକର ଲାଇସେନ୍ସ ଫି ଛାଡ କରିଛନ୍ତି ।ତେବେ ରନ୍ଧନ ଗ୍ୟାସ ,ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଭାଟ ଛାଡ କରିବା ସହିତ ଡାଲି ,ଖାଇବା ତେଲ ଆଦି ଉପରେ ଲାଗୁଥିବା ଜିଏସଟି ଛାଡ କରିବା ପାଇଁ ଦାବୀ କରିଛନ୍ତି ।ଦାବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ଗୌଶ୍ୟାମ ପଣ୍ଡା, ଜିଲ୍ଲା ଲିଗାଲ ସେଲ ସଭାପତି ସୁଧୀର ପଣ୍ଡା,ଅଶ୍ବିନୀ କୁମାର ଶତପଥୀ ,ସଭାପତି ,ରାଷ୍ଟ୍ରିୟ ଛାତ୍ର କଂଗ୍ରେସ ,ରବି ଭୋଇ,ସଚି ସାହୁ,ଶେଷ ମେହେର, ନିମାଇଁ ପାଣିଗ୍ରାହୀ,ଶ୍ରିତମ ଗୁରୁ,କିଶୁ ପାତ୍ର,ଉଦୀପ୍ତ ନାୟକ,ଗଣେଶ ଗୁରୁ ଉପସ୍ଥିତ ଥିଲେ ।

related posts

Leave a Comment