Home Breaking News / ତାଜା ଖବର ନାଚର ତାଳେ ତାଳେ ପ୍ରଶାସନିକ ଅଧିକାରିଣୀ: ବାଜା ବାଣ ରୋଷଣୀରେ ଝୁମିଲେ ଶତାଧିକ ବରଯାତ୍ରୀ, କରୋନା କଟକଣାକୁ ଫୁ

ନାଚର ତାଳେ ତାଳେ ପ୍ରଶାସନିକ ଅଧିକାରିଣୀ: ବାଜା ବାଣ ରୋଷଣୀରେ ଝୁମିଲେ ଶତାଧିକ ବରଯାତ୍ରୀ, କରୋନା କଟକଣାକୁ ଫୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାରଙ୍କ ନୃତ୍ୟକୁ ନେଇ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା।
ସ୍ତାନିୟ ସରପଞ୍ଚ୍ କଣ କରୁଥିଲେ ପ୍ରଶ୍ନଉଠୁଚି.
କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ରାଜ୍ୟ ସରକାର କରୋନା ମହାମାରୀର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଶକ୍ତ କଟକଣା ଜାରି କରିଛନ୍ତି।ଲକଡାଉନ, ସର୍ଟଡାଉନ ସହ ବିବାହ, ବ୍ରତ,ଭୋଜିଭାତ ଓ ଜନସମାବେଶ ଉପରେ ବିଭିନ୍ନ କଟକଣା ଜାରି କରିଛନ୍ତି।ମାତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଗନ୍ନାଥପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। vo_ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ।ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ।ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ସାମିଲ ଥିବା ଦେଖିବାକୁ ମିଳିଥିଲା।ଏଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ବିଭିନ୍ନ ଭାବଭଙ୍ଗିରେ ଖୋଲମଖୋଲା ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।କେତେକ ପ୍ରଶାସନିକ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ସହ ସୁକିନ୍ଦା ତହସିଲଦାର କରୋନା କଟକଣା ନିୟମର ଧଜିଆ ଉଡାଇ ନୃତ୍ୟ କରୁଥିବା ଭିଡିଓ ଭାଇରାଲ ହୋଇଛି।ସାମାଜିକ ଦୁରତା, ମାକ୍ସ ପରିଧାନ କଥାକୁ ପଛରେ ପକାଇ କନ୍ୟା ଘର ଆଗରେ କରୋନା କଟକଣାକୁ ଫୁ କରି ଧୂମଧାମରେ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା।ଜଗନ୍ନାଥପୁର ବଜାର ଠାରୁ ବରଯାତ୍ରୀ ଦଳ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାଜାବାଣ, ଡିଜେ ବଜାଇ ଶୋଭାଯାତ୍ରା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା।ଖବର ପାଇ ତିର୍ତ୍ତୋଲ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ।ମାତ୍ର କୌଣସି ଅଦୃଶ୍ୟ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଫେରିଆସିଥିବା ଚର୍ଚ୍ଚା ହୋଇଛି।ସାଧାରଣ ଲୋକ ନିୟମ ଭାଙ୍ଗିଲେ ରାସ୍ତାଘାଟରେ ପୋଲିସ ମାଡମାରି ଗାଳିଗୁଲଜ କରି ଜୋରିମାନା ଆଦାୟ କରୁଥିବା ବେଳେ ବେଆଇନ ବିବାହ ଉତ୍ସବରେ ଚୁପ ରହିଲା କାହିଁକି?ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।ଏସମ୍ପର୍କରେ ତିର୍ତ୍ତୋଲ ଏସଡିପିଓ ଦୀପକ ରଞ୍ଜନ ଜେନାଙ୍କୁ ପଚାରିବାରେ ଘଟଣାସ୍ଥଳକୁ ପୋଲିସ ଟିମ ଯାଇଥିବା କଥା କହି ତାପରେ କଣ ହୋଇଛି ଆଇଆଇସିଙ୍କୁ ପଚାର କହିଥିଲେ।ଅନ୍ୟ ପକ୍ଷରେ ତଦନ୍ତକାରୀ ଅଧିକାରୀଙ୍କୁ ପଚାରି କହୁଛି ବୋଲି କହି ଆଉ ଫୋନ ଉଠାଉନାହାନ୍ତି।ଅନ୍ୟ ପକ୍ଷରେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ମତାମତ ବିବାହ ଉତ୍ସବରେ ଯୋଗଦାନ ସମ୍ପର୍କରେ ପ୍ରଶ୍ନ ଶୁଣିବା ମାତ୍ରେ ଫୋନ କାଟିଦେଇଥିଲେ ତହସିଲଦାର।
:

related posts

Leave a Comment