Home Breaking News / ତାଜା ଖବର ରାଜଗାଙ୍ଗପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ଜିଲାପାଳଙ୍କ ସହ ସେବା ଦଳର ଆଲୋଚନା

ରାଜଗାଙ୍ଗପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ଜିଲାପାଳଙ୍କ ସହ ସେବା ଦଳର ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଗାଙ୍ଗପୁର(ଅଟଳ ବିହାରୀ ପଣ୍ଡା):କରୋନା ମହାମାରୀ ପ୍ରଭାବ ଦିନକୁ ଦିନ ବଢ଼ି ବାକୁ ଲାଗିଥିବା ବେଳେ ରାଜଗାଙ୍ଗପୁର ସହର ରେ ଲକଡାଉନ ଓ ସତଡାଉନ ଚାଲିଛି !ଏହି ଲକଡାଉନ ଓ ସତଡାଉନ ସମୟରେ ରାଜଗାଙ୍ଗପୁର ଅଞ୍ଚଳ ର ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଆଜି ରାଜଗାଙ୍ଗପୁର ପୌର ପାଳିକା କାର୍ଯ୍ୟଳୟ ରେ ସୁନ୍ଦର ଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାଜଗାଙ୍ଗପୁର ସହର ର ବିଭିନ୍ନ ସମସ୍ୟା କୁ ନେଇ ରାଜଗାଙ୍ଗପୁର ସେବା ଦଳ ପକ୍ଷ ରୁ ଆଲୋଚନା କରାଯାଇଥିଲା !ଏହି ମହାମାରୀ ସମୟ ରେ ରାଜଗାଙ୍ଗପୁର ସେବା ଦଳ ସମସ୍ତ ଙ୍କୁ ନିସ୍ଵାର୍ଥ ପର ସେବା ଯୋଗାଇ ଆସୁଥିବା ବେଳେ ରାଜଗାଙ୍ଗପୁର ସହର ର ଅନ୍ୟାନ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଜିଲ୍ଲା ପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ !ରାଜଗାଙ୍ଗପୁର ସେବା ଦଳର ସଭାପତି ଅମରେଶ ଚନ୍ଦ୍ର ପଣ୍ଡା ଲକଡାଉନ ଓ ସତଡାଉନ ରେ ଯେଉଁ ଉଠା ଦୋକାନୀ ମାନଙ୍କ ଦୋକାନ ବନ୍ଦ ରହିଛି, ଯେଉଁ ମାନଙ୍କ ରୋଜଗାର ର ପନ୍ଥା ଏହି ଦୋକାନ ଗୁଡିକ ବନ୍ଦ ହେବା ଦ୍ୱାରା ବାଧା ପ୍ରାପ୍ତ ହୋଇଛି ସେମାଙ୍କୁ ଆର୍ଥିକ ସହାୟତା, ଯେଉଁମାନେ ପୌର ପାଳିକାର ଦୋକାନ ଭଡା ନେଇ ଚଳାଉଛନ୍ତି, ସେମାନଙ୍କ ଲକଡାଉନ ସତଡାଉନ ଯୋଗୁଁ ତାଙ୍କ ତାଙ୍କ ଦୋକାନ ବନ୍ଦ ଥିବା ଯୋଗୁଁ ସେମାନଙ୍କ ଦୋକାନ ଭଡା ଛାଡ଼ କରିବା ସହ ରାଜଗାଙ୍ଗପୁର ସହର ପାଣି ସମସ୍ୟା ଦୂର କରିବା ପାଇଁ ଯେଉଁ କୋଟି କୋଟି ଟଙ୍କା ର ପ୍ରୋଜେକ୍ଟ ପ୍ରାରମ୍ଭ କରାଯାଇଛି ତାହାର କାର୍ଯ୍ୟ ଅସମ୍ପୂର୍ଣ ହୋଇଥିବା ଓ ରାଜଗାଙ୍ଗପୁର ସହର ର ଓଭର ବ୍ରିଜ କାମ ଅସମ୍ପୂର୍ଣ ରହିଥିବା,ଓ ଏହି ସବୁ କାର୍ଯ୍ୟ କିପରି ଶୀଘ୍ର ସମ୍ପୂର୍ଣ ହେବ ତାହା ବିଷୟ ରେ ଜିଲ୍ଲା ପାଳ ଙ୍କ ସହ ଆଲୋଚନା କରିଥିଲେ !ଜିଲ୍ଲା ପାଳ ଏହି ସବୁ ବିଷୟ କୁ ଗୁରୁତ୍ୱ ଦେଇ ଏହି କାର୍ଯ୍ୟ କୁ ଖୁବ ଶୀଘ୍ର ସମୁର୍ଣ କରିବାକୁ ନେଇ ପ୍ରତିସୃତି ଦେଇଥିବା ଜଣା ପଡିଛି !

related posts

Leave a Comment