Home Breaking News / ତାଜା ଖବର କରୋନା ଶିଖେଇଛି ରୋଜଗାର ପନ୍ଥା: କଅଁଳ ବୟସରେ ରୋଜଗାର ଚିନ୍ତା

କରୋନା ଶିଖେଇଛି ରୋଜଗାର ପନ୍ଥା: କଅଁଳ ବୟସରେ ରୋଜଗାର ଚିନ୍ତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କରୋନାର ଦ୍ବିତୀୟ ଲହରର ବିଭିଶିଖାରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। କେଡେ ଭୟଙ୍କର ଏ ଅଦୃଶ୍ୟ ଭୁତାଣୁ ସଂକ୍ରମଣରେ ହଜାର ହଜାର ଲୋକଙ୍କ ମୂଲ୍ୟବାନ ଜୀବନ ଚାଲି ଯାଇଥିବାବେଳେ କେତେ ଯେ ପରିବାର ସଦସ୍ୟଙ୍କୁ ହରାଇବାକୁ ପଡୁଛି।ଏହି ମହା ବିପତ୍ତି ସମୟରେ ଦେଶର ଓ ରାଜ୍ୟର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇ ଯାଉଛି। ଏବଂ ଲୋକଙ୍କ ଜୀବନ ଜୀବିକା, ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଉପରେ ମଧ୍ୟ ବହୁତ ବହୁତ ବଡ଼ ପ୍ରଭାବ ପଡୁଛି।କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରି ଏହି ସଂକ୍ରମଣକୁ ପ୍ରତିରୋଧ କରିବାକୁ ଅଣ୍ଟା ଭିଡିଛି।ଏହାରି ମଧ୍ୟରେ ସମସ୍ତ ସ୍କୁଲ,କଲେଜ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବେଳେ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି।ଏହି ସମୟରେ ପିଲା ଘରେ ରହି ପାଠ ପଢିବେ।ପାଠତ ପଢୁଛନ୍ତି କିନ୍ତୁ ପିଲାଙ୍କ ମନରେ ପସିଛି କିଛି ଆର୍ଥିକ ରୋଜଗାର କରିବାର ଚିନ୍ତା।ସେହି ଚିନ୍ତା ନେଇ ସକାଳୁ ସକାଳୁ ବଜାରକୁ ଚାଲିଆସନ୍ତି ବାପା ମାଁଙ୍କୁ ବ୍ୟବସାୟରେ ସାହାଯ୍ୟ କରିବାପାଇଁ। ଏବଂ ନିଜେ ମଧ୍ୟ କିଛି ରୋଜଗାର ପନ୍ଥା ପାଇଁ ପନି ପରିବାର ପସରା ମେଲାଇ ବସିପଡନ୍ତି। କିଛି ସମୟ ବଜାରରେ ବସିବା ପରେ ଚାଲି ଯାଆନ୍ତି ଅଞ୍ଚଳର ବିଭିନ୍ନ ସାଇ,ପଡା ଏବଂ କଲୋନୀକୁ ବ୍ୟବସାୟ କରିବା ପାଇଁ।
ଶୁକ୍ରବାର ରାଇକିଆ ବଜାରରେ ଦୁଇ ଜଣ ଛୋଟ ଛୋଟ ଛୁଆ ନାବାଳକ କିଛି ଆମ୍ବ ଧରି ବସି ବ୍ୟବସାୟ କରୁଥିବା ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେମାନେ ଦୁହେଁ ସରକାରଙ୍କ କୋଭିଡ୍-୧୯ ନିୟମ ଅନୁଯାୟୀ ପିଲାଙ୍କ ମୁହଁରେ ମାସ୍କ ପିନ୍ଧିବା ଦେଖା ଦେଇଥିଲା। ଆମ୍ବ(ଛୋଟ)ଏକ ପଲିଥିନରେ ଭାଗ ୨୦ ଟଙ୍କା ରେ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ବଜାରରେ ବସିବା ପରେ ସେମାନେ ଦୁହେଁ ବ୍ୟାଗ୍ ଭର୍ତ୍ତି ଆମ୍ବକୁ ସାଇକେଲରେ ରଖି ବିଭିନ୍ନ କଲୋନୀକୁ ଯାଇଥିଲେ ବେପାର କରିବାକୁ।ସେମାନଙ୍କ ଠାରୁ ବୁଝି ଜଣା ପଡିଥିଲା ଯେ ରାଇକିଆ ପାଖ ଅଞ୍ଚଳରେ ରହୁଛନ୍ତି ଏବଂ ଦୁହେଁ ପାଠ ପଢ଼ୁଛନ୍ତି।ଆଉ କିଛି ପଚାରିନଥିଲି କାରଣ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବ୍ୟବସାୟ କରିବା ପାଇଁ ସରକାରଙ୍କ ଗାଇଡ୍ ଲାଇନ୍ ୍ ରହିଛି।ସେହି ସମୟ ତାଙ୍କ ହାତର କମ୍ ଥିଲା ଏବଂ ସମୟ ମଧ୍ୟରେ ବେପାର କରି ଘରକୁ ଫେରି ବାକୁଥିଲା ସେମାନଙ୍କର। ଦୁହେଁ ଶାନ୍ତ ଓ ସରଳ ସ୍ବଭାବର ହୋଇଥିବା ଜଣାପଡ଼ୁଥିଲା।ଏହି କରୋନା ମହାମାରୀ ସମୟରେ ଏହି ପରି ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି। କିଛି ଦିନ ପୁର୍ବରୁ ମଧ୍ୟ ଏକ ମା ଶାଗ ବେପାର କରିବାକୁ ଆସିଥିଲେ ବଜାରକୁ,ସାଥିରେ ଥିଲା ତାର କୁନି ଛୁଆ‌।ସେ ତା ମାଁଙ୍କୁ ବ୍ୟବସାୟରେ ସାହାଯ୍ୟ କରି ପଇସା ରଖୁଥିବା ଦେଖିବାକୁ ମିଳିଥିଲା।ଏଠାରେ ସୂଚନା ଥାଉକି ଅଞ୍ଚଳରେ ଏହି ମେ ମାସ ଖରା ଦିନରେ ଜଙ୍ଗଲରେ ବିଭିନ୍ନ ପ୍ରକାର ସୁସ୍ଵାଦ୍ୟ ଦ୍ରବ୍ୟରେ ବରଡା,ସୁନୁସୁନିଆ ଶାଗ ଏବଂ ଛୋଟ “ଠୁରୀ” ଆମ୍ବ ବହୁ ମାତ୍ରାରେ ବଜାରକୁ ବିକ୍ରି କରିବାପାଇଁ ଆସିଥାନ୍ତି ସ୍ଥାନୀୟ ଅଧିବାସୀମାନେ

related posts

Leave a Comment