Home Breaking News / ତାଜା ଖବର ରାୟଗଡ଼ା ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନର କୋଭିଡ ନିୟନ୍ତ୍ରଣ ମୋବାଇଲ ଓ ହ୍ୱାଟସଆପରେ ଚାଲିଛି: ଦୁଇ ବିଭାଗର ପାରିବା ପଣିଆ ପଦାରେ ପଡିଲା

ରାୟଗଡ଼ା ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନର କୋଭିଡ ନିୟନ୍ତ୍ରଣ ମୋବାଇଲ ଓ ହ୍ୱାଟସଆପରେ ଚାଲିଛି: ଦୁଇ ବିଭାଗର ପାରିବା ପଣିଆ ପଦାରେ ପଡିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାଜ୍ୟର ବିଭିନ୍ନ କରପରେସନ ଓ ପୌର ପରିଷଦ ଅଞ୍ଚଳରେ କୋଭିଡ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ଆଁଟିଯେନ୍ ଓ ଆରଟିପିସିଆର ଟେଷ୍ଟ ହୋଇ ଔଷଧ ବଣ୍ଟନ ହେଉଛି । କିନ୍ତୁ ବିଡ଼ମ୍ବନାର ବିଷୟ ବହୁ ବିଳମ୍ବ ହେଲେ ମଧ୍ୟ ରାୟଗଡ଼ା ସହରରେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଦୁଇଦିନ ଧରି ସହରର ଗାନ୍ଧୀନଗର ଓ ଇଁନ୍ଦୀରାନଗର ସ୍କୁଲ ଠାରେ କୋଭିଡ ପରୀକ୍ଷା ହେଉଥିଲା । ଗତକାଲି କିଛି ହାତଗଣତି ଲୋକ ସୋସିଆଲ ମିଡିଆରେ ଲେଖିବା ଓ ଫଟୋ ଛାଡିବା ପ୍ରଶାସନକୁ ଛନକା ପଶିବାରୁ ଆଜି ତାର ତରବରିଆ ଭାବେ ରାୟଗଡ଼ା କଲେଜକୁ କୋଭିଡ ପରୀକ୍ଷା ପାଇଁ ସ୍ଥାନାନ୍ତରିତ କରିଥିଲେ । ସେହି ଅଞ୍ଚଳର କିଛି ଲୋକ ମଧ୍ୟ ସେଠାରେ କୋଭିଡ ପରୀକ୍ଷା କେନ୍ଦ୍ରକୁ ବିରୋଧ କରିବାରୁ ଆଜି ଡି ଡି ଏଚ କୁ କୋଭିଡ ପରୀକ୍ଷା ପାଇଁ ପୁଣି ସ୍ଥାନାନ୍ତରିତ ହେଲା । ଆଜିକୁ କିଛି ମାସ ହେଲା ସ୍ଥାନ ଅଭାବ ସତ୍ତ୍ବେ ଡି ଡି ଏଚ ରେ ସରକାରୀ ଗାଇଡଲାଇନକୁ ଉଲ୍ଲଂଘନ କରି କୋଭିଡ ଟେଷ୍ଟ ହେଉଛି । ଡି ଡି ଏଚ ଓ କୋଭିଡ ସେଣ୍ଟରକୁ ଦୈନିକ 500 ରୁ 700 ବିଭିନ୍ନ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଦୈନିକ 100 ରୁ ଉର୍ଦ୍ଧ୍ୱ କୋଭିଡ ଟେଷ୍ଟ ପାଇଁ ଆସୁଛନ୍ତି । ଫଳରେ ବିଭିନ୍ନ ରୋଗୀ ତାଙ୍କ ସଂପର୍କୀୟ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କୋଭିଡରେ ସଂକ୍ରମିତ ହେବାର ଅଧିକ ଯଥେଷ୍ଠ ସମ୍ଭାବନା ରହିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହରରେ ବର୍ତମାନ ସ୍ଥାୟୀ କୋଭିଡ ପରୀକ୍ଷା କେନ୍ଦ୍ର ନିରୂପଣ କରି କାର୍ଯ୍ୟକ୍ଷମ କରିପାରିନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ସମନ୍ଵୟ ଅଭାବରୁ ଏହି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଫେଲ ମାରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ରାୟଗଡା ସହରରେ ଏହିଭଳି ଅପ୍ରିତିକର ପରିସ୍ଥିତି କାହିଁକି ହେଉଛି । ଏଥିପାଇଁ ଦାୟୀ କିଏ ? କିଛି ଜନସାଧାରଣ ନା ଜିଲ୍ଲା ପ୍ରଶାସନ । ଏ ବିଷୟରେ ପ୍ରଶାସନ ଅଧିକାରୀମାନେ ତର୍ଜମା କରିଛନ୍ତି କି ? ବିରୋଧ କରିବାର ଅଧିକାର ଜନସାଧାରଣଙ୍କୁ ରହିଛି । ଏମାନଙ୍କୁ ବୁଝାଇବା ଦାୟିତ୍ୱ କାହାର । ସେଥିପାଇଁ ତ ସରକାର ପୁଲିସ ଓ ପ୍ରଶାସନକୁ ନିଯୁକ୍ତି କରିଛନ୍ତି । ଦାୟିତ୍ୱରେ ଥିବା ଅଧିକାରୀ ନିଜ ଦାୟିତ୍ୱ ସଠିକ ଭାବେ ତୁଲାଉଛନ୍ତି ତ ? ଜିଲାରେ କୋଭିଡ ନିୟନ୍ତ୍ରଣ ମୋବାଇଲ ଓ ହ୍ଵାଟ୍ସଆପରେ ଚାଲିଛି । କିନ୍ତୁ ପ୍ରକୃତ ଚିତ୍ର ଅଲଗା । ଜିଲା ସ୍ୱାସ୍ଥ୍ୟ ବିଭାଗର ଡିପିଏମ ରାଜେଶ୍ୱର ରାଓ ପଟ୍ଟନାୟକ ବର୍ତମାନ ବହୁତ କ୍ଷମତାଶାଳୀ ହୋଇଯାଇଛନ୍ତି । ସେ କୁଆଡେ କୋଭିଡ ପରିଚାଳନାର ସମସ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି । ଡିଟିପି ଅପରେଟର ରୁ ଜାଲିଆତି କରି ଡିପିଏମ ହୋଇଥିବା ଶ୍ରୀ ରାଓ ପଟ୍ଟନାୟକ ରାଜନେତାଙ୍କୁ ତେଲ ମାରିବାରେ ଓ ପ୍ରଶାସନ ଅଧିକାରୀଙ୍କୁ ତୋସାମତ କରିବାରେ ବହୁତ ଓସ୍ତାଦ। ଡିପିଏମଙ୍କ ଦୂରଦୃଷ୍ଟି ଅଭାବ ଓ ବେପରୁଆ ମନୋଭାବ ଯୋଗୁଁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି । ଆମେ ନିଜକୁ ଓ ଅନ୍ୟକୁ ଠକି ଦେଇପାରିବା । କିନ୍ତୁ ଭଗବାନଙ୍କୁ ନୁହେଁ । ଜିଲ୍ଲାରେ କୋଭିଡ ପରିରିଚାଳନା ଓ ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୌର ସଂସ୍ଥା, ଜିଲ୍ଲା ପୁଲିସ ଓ ପ୍ରଶାସନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ।

related posts

Leave a Comment