Home Breaking News / ତାଜା ଖବର ଭୀମଭୋଇ ମେଡିକାଲ କତ୍ତୃପକ୍ଷଙ୍କ ବିରୋଧରେ ଏତଲା

ଭୀମଭୋଇ ମେଡିକାଲ କତ୍ତୃପକ୍ଷଙ୍କ ବିରୋଧରେ ଏତଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ସୋନପୁର ଥାନାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କତ୍ତୃପକ୍ଷଙ୍କ ବିରୁଦ୍ଧରେ ଏତାଲା ଦିଆଯାଇଛି। ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଓକିଲ ଶ୍ରୀବଳଦେବ ବେଦବାକ, ଶ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର, କେଶରୀଆ ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ଶ୍ରୀ ବ୍ୟାସଦେବ ମିଶ୍ର, ସମାଜ ସେବୀ ଶ୍ରୀ ସୁରେଶ ପାତ୍ର ପ୍ରମୁଖ ସୋନପୁର ଥାନାକୁ ଯାଇ ଏକ ଏତାଲା ପତ୍ର ଦାଖଲ କରିଥିଲେ। ଏତାଲାରୁ ଜଣାପଡ଼ିଛି ଯେ ଗତବର୍ଷ ପମ Care funds ରୁ ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଏକାଧିକ ରୋଗୀମାନଙ୍କ ଜୀବନ ରକ୍ଷାକାରି ଭେଣ୍ଟିଲେଟର ପ୍ରଦାନ କରାଯାଇଥିଲା। ହେଲେ ଏକ ବର୍ଷ ହେଲା ଉକ୍ତ ଭେଣ୍ଟିଲେଟର ଗୁଡ଼ିକୁ କର୍ତ୍ତୃପକ୍ଷ ଜାଣିଶୁଣି ଅବହେଳା କରି ସ୍ଥାପନ କରି ନଥିଲେ। ଏବଂ ଏବେ ଶହ ଶହ କୋଭିଡ ଓ ଅନ୍ୟାନ୍ୟ ରୋଗୀ ଏହି ସୁବିଧା ନପାଇ ମୃତ୍ୟୁମୁଖରେ ପଡିଛନ୍ତି। ଏଣୁ ତାଙ୍କର ମୃତ୍ୟୁ ପାଇଁ କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଯୋଗ କରାଯାଇଛି। ଭାରତ ପିଙ୍ଗଳ ଧାରାର ୩୦୪ ଅନୁସାରେ ଏହି କେଶକୁ ରେଜେଷ୍ଟ୍ରି କରି ଦୋଷୀ ଅଧିକାରୀ ଙ୍କୁ ଗିରଫ କରିବାକୁ ଶ୍ରୀବେଦବାକ ଦାବୀ କରିଛନ୍ତି।

related posts

Leave a Comment